ଦ୍ବିତୀୟ ଦିନରେ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ, ୨ ଜଣଙ୍କୁ ଚାଲିଛି ପଚରାଉଚରା

1 min read

ଭୁବନେଶ୍ୱର: ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଦ୍ୱିତୀୟ ଦିନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି । ୨ ଜଣ ଅଧିକାରୀଙ୍କୁ ଆୟକର ବିଭାଗର ଅଧିକାରୀ ପଚରାଉଚରା କରୁଥିବା ସୂଚନା ମିଳିଛି । ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଘରେ ପଚରାଉଚରା କରାଯାଉଛି । ଗତକାଲି ଚଢାଉ ବେଳେ ୧୧.୫ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ । ମିଳିଥିବା ନଗଦ ଟଙ୍କା ପ୍ରସଙ୍ଗରେ ଖୁବଶୀଘ୍ର ଇଡିକୁ ଚିଠି ଲେଖିବ ଆୟକର ବିଭାଗ।