ICUରେ ଓଲିଉଡ ଷ୍ଟାର ବାବୁସାନ, ଶରୀରରେ ଅମ୍ଳଜାନ ସ୍ତର କମି ଯିବାରୁ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତି ଅସୁସ୍ଥ। ଶରୀରରେ ଅମ୍ଳଜାନ ସ୍ତର କମି ଯିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦମନ ଫିଲ୍ମ ପ୍ରମୋସନ ବେଳେ ଅସୁସ୍ଥ ହୋଇଛନ୍ତି ବାବୁସାନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦମନ ଫିଲ୍ମର ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ହସ୍ପିଟାଲରେ ବାବୁସାନଙ୍କର ଏକ ଫଟୋ ସେୟାର କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଦମନ ଫିଲ୍ମର ପ୍ରମୋସନ ପାଇଁ ବାବୁସାନ ବାଇକରେ ଲଦାଖ ଯାଇଥିବା ବେଳେ ଅମ୍ଳଜାନସ୍ତର କମିଯିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଚିକିତ୍ସା କରାଯିବା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।