କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋ ବ୍ୟାନ୍

ମେଙ୍ଗାଲୁରୁ: ଓଲା, ଉବେର ଓ ରାପିଡୋ ସେବାକୁ ବଡ଼ ଝଟକା । କର୍ଣ୍ଣାଟକରେ ବ୍ୟାନ ହେଲା ଏହି ୩ ଆପ୍ ଆଧାରିତ କମ୍ପାନୀ । ବାରମ୍ବାର ଅଭିଯୋଗ ଆସିବା ପରେ ସରକାର ଏହି ଘୋଷଣା କରିଛନ୍ତି । ୩ ଦିନ ମଧ୍ୟରେ ରାଜ୍ୟରେ ସେବା ବନ୍ଦ କରିବାକୁ କମ୍ପାନୀ ଗୁଡ଼ିକ ନିର୍ଦ୍ଦେଶ ଦିଆଯାଇଛି ।

ସରକାରଙ୍କ ନିଷ୍ବତ୍ତି ପରେ ପରିବହନ ବିଭାଗ ଏହି ତିନି କେବ୍ ସର୍ଭିସ ଦେଉଥିବା କମ୍ପାନୀଙ୍କ ପାଖକୁ ନୋଟିସ୍ ପଠା ଯାଇଛି । ଏଥିରେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ଅଟୋ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋରେ ଯାତ୍ରା କରୁଥିବା ଲୋକେ ସରକାରଙ୍କ ପାଖରେ ଅଭିଯୋଗ କରିଥିଲେଯେ, ଦୁଇ କିମିରୁ କମ ସ୍ଥାନକୁ ଯାତ୍ରା କଲେ ବି କମ୍ପାନୀ ସର୍ବନିମ୍ନ ୧୦୦ ଟଙ୍କା ଭଡ଼ା ନେଉଛି । ହେଲେ ସରକାରୀ ନିୟମ ଅନୁସାରେ ପ୍ରଥମ ୨ କିମି ଯାତ୍ରା ପାଇଁ ୩୦ ଓ ତା’ରେ ପ୍ରତି କିମିକୁ ୧୫ ଟଙ୍କା ହିସାବରେ ଭଡ଼ା ନେବାର ନିୟମ ରହିଛି । ଯାହାକୁ ଏହି ତିନି ଅଟୋ ସେବା ଯୋଗାଉଥିବା କମ୍ପାନୀ ଖୋଲାଖୋଲି ଉଲ୍ଲଂଘନ କରି ଯାତ୍ରୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି ।

ସେପଟେ ଆଦେଶ ଅମାନ୍ୟ କଲେ କମ୍ପାନୀ ଓ ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।