spot_img

Latest Posts

ଘାସରୁ ବାହାରୁଛି ତେଲ ଆଉ ସେଥିରେ ତିଆରି ହେଉଛି ସୁଗନ୍ଧ ଅତର, ବାସନା ମଜା ସାବୁନ ଏବଂ ବିଭିନ୍ନ ଔଷଧ

ବୌଦ୍ଧ: ଘାସରୁ ପ୍ରସ୍ତୁତ ହେଉଛି ତେଲ। ପାମାରୋସା ଏବଂ ଲେମନଗ୍ରାସ୍ ପରି ଗନ୍ଧଯୁକ୍ତ ଘାସରୁ ବାହାରୁଛି ତେଲ। ପାତନ ପ୍ରକ୍ରିୟାରୁ ଉତ୍ପାଦିନ କରି ଏହାକୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୁଗନ୍ଧ ଅତର, ବାସନା ସାବୁନ ଏବଂ ବିଭିନ୍ନ ଔଷଧ ପାଇଁ ବ୍ୟବହାର କରାଯାଉଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣି ଦିଗି ଅଞ୍ଚଳରେ ଏକର ଏକର ଚାଷଜମିରେ ପ୍ରସ୍ତୁତ ହେଉଛି ଏହି ତେଲ। ଆନ୍ଧ୍ରର କିଛି ଚାଷୀ ଏହି ଚାଷ ଆରମ୍ଭ କରିଥିବାବେଳେ କରୋନା କାଳରେ ଅଞ୍ଚଳର ଲୋକଙ୍କୁ ଯୋଗାଇଛନ୍ତି ରୋଜଗାର।

କ୍ଷେତରେ ହସୁଛି ପାମାରୋସା। ଫୁଟିଛି ଲେମନଗ୍ରାସର ଫୁଲ। ଭାରତର ମୂଲ୍ୟବାନ ଘାସ। ପ୍ରଥମକରି ବୌଦ୍ଧ ଜିଲ୍ଲା ମନୁପାଲ୍ଲୀ ଓ ବାଉଁଶୁଣି ପଞ୍ଚାୟତରେ ପ୍ରାୟ ୧୦୦ ଏକର ଜମିରେ ଲାଗିଛି ଏହି ଗନ୍ଧଯୁକ୍ତ ଘାସ। ଉଦ୍ଭିଦ ବିଜ୍ଞାନରେ ପାମାରୋସାକୁ ସିମ୍ବୋପୋଗୋନ ମାରଟିନି ମୋଟିଆ ଓ ଲେମନଗ୍ରାସକୁ ସିମ୍ବୋପୋଗୋନ କୁହାଯାଏ। ଏହି ଘାସକୁ ଚାଷକରି ପାତନ ପ୍ରକ୍ରିୟା ଦ୍ୱାରା ବାଷ୍ପଶୀଳ ତୈଳ ପ୍ରସ୍ତୁତ କରାଯାଏ। ଲେମନଗ୍ରାସରୁ ମୂଲ୍ୟବାନ ତୈଳ ବିଭିନ୍ନ ରୋଗର ନିରାକରଣ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥାଏ। ସେହିପରି ପାମୋରୋସାରୁ ପ୍ରସ୍ତୁତ ତୈଳ ସୁଗନ୍ଧଅତର, ବାସନା ସାବୁନ ତିଆରି ପାଇଁ ବ୍ୟବହାର କରାଯାଏ। ଯାହାକୁ ବେଶ ପସନ୍ଦ କରିଛନ୍ତି ଏଠାକାର ଚାଷୀ।

ଏହି ଘାସ ଚାଷର ଚାହିଦା ଓଡ଼ିଶାରେ ସେତେଟା ନଥିବାବେଳେ ଏହାକୁ ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇରେ ବିକ୍ରି କରାଯାଉଛି। ତେଣୁ କରି ଏହାର ମୂଲ୍ୟ ଆକାଶଛୁଆଁ। ବର୍ଷକୁ ୪ ଥର ଅମଳ ହୁଏ ଏହି ଘାସ। ଏକ ଏକର ଲେମନଗ୍ରାସରୁ ୯୦ଲିଟର ତେଲ ପ୍ରସ୍ତୁତ ହେଉଥିବାବେଳେ ପାମୋରୋସାରୁ ୫୦ ଲିଟର ବାହାରେ। ଆନ୍ଧ୍ରର କିଛି ଚାଷୀ ବୌଦ୍ଧକୁ ଆସି ଏହି ଚାଷୀ ଏହାକୁ ଆରମ୍ଭ କରିଛନ୍ତି। ଏଥିରୁ ତେଲ ପ୍ରସ୍ତୁତ କରି ବାହାରକୁ ପଠାଇବା ସହ ଅଞ୍ଚଳର ଅନେକଙ୍କ ଯୋଗାଇଛନ୍ତି ରୋଜଗାର ରାସ୍ତା। ସେପଟେ ଓଡ଼ିଶା ଚାଷୀଙ୍କ ଏଥିପ୍ରତି ଆଗ୍ରହ ଥିଲେ ସୁଦ୍ଧା ଏଠି ଚାହିଦା ନଥିବାରୁ ଚାଷ ହେଉ ନଥିବା କହିଛନ୍ତି ଉଦ୍ୟାନ ନିର୍ଦ୍ଦେଶକ। ଓଡ଼ିଶାରେ ଏହାର ଚାହିଦା ବଢିଲେ ଅନେକ ଚାଷୀ ଏହାଦ୍ୱାର ଉପକୃତ ହୋଇପାରନ୍ତ ବୋଲି କହିଛନ୍ତି ବୁଦ୍ଧିଜୀବୀ।

Latest Posts

Don't Miss