ଧବଳେଶ୍ୱର ନିକଟରୁ ମିଳିଥିବା ମୃତଦେହ ସୀତାରାମ ମୁର୍ମୁଙ୍କର ନୁହେଁ: ପ୍ରଦୀପ ଜେନା
1 min readଭୁବନେଶ୍ୱର: ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କର ଏଯାବତ୍ ମିଳିନି ପତ୍ତା। ପୂର୍ବରୁ ଧବଳେଶ୍ବର ନିକଟରୁ ମିଳିଥିବା ମୃତଦେହ ସୀତାରାମ ମୁର୍ମୁଙ୍କର ବୋଲି ଏସଆରସି ପ୍ରକାଶ କରିଥିଲେ । କିନ୍ତୁ ତାହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।
ଏସଆର୍ସି ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପାଖରେ ଭୁଲ୍ ତଥ୍ୟ ପହଞ୍ଚିଥିଲା । ପ୍ରକୃତରେ ଏଯାଏ ମୁର୍ମୁଙ୍କ ମୃତଦେହ ଠାବ ହୋଇନି। ଭୁଲ ତଥ୍ୟ ପାଇଁ ମୁଁ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି।
The above info I shared about the missing ODRAF person as received from my office appears to be wrong. One decomposed body that is found is not identified by the family. Mr Murmu’s body not yet traced. Wrong info shared is deeply regretted.
— Pradeep Jena IAS (@PradeepJenaIAS) September 25, 2021
ଉଲ୍ଲେଖଯୋଗ୍ୟ, ଗତକାଲି ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା। ବୋଟ୍ ଓଲଟିବା ପରେ ସୀତାରାମ ଭାସି ଯାଇଥିଲେ । ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଦେଶୀ ଡଙ୍ଗାରେ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ପରେ ତାଙ୍କର ଅକାଳ ବିୟୋଗ ହୋଇଥିଲା।
https://youtu.be/0qN20xUi1Tc