ଜାତୀୟ ମହିଳା ସିନିଅର ହକି, ଟାଇଟଲ୍ ହାତେଇଲା ଓଡ଼ିଶା

1 min read
Odisha Won Title In National Senior Women's Hockey

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ । ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ ଗୋଲ୍ ଥିଲା ।

Odisha Won Title In National Senior Women's Hockey

ମ୍ୟାଚର ୩୪ତମ ମିନିଟରେ ପୁନମ ବାର୍ଲା ପ୍ରଥମ ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ମ୍ୟାଚର ୫୯ତମ ମିନିଟରେ କାଞ୍ଚନ ବାର୍ଲା ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଉଚ୍ଚକୋଟୀର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଓଡ଼ିଶା, ଶକ୍ତିଶାଳୀ ଝାଡ଼ଖଣ୍ଡକୁ ୫-୦ ଗୋଲରେ ହରାଇଥିଲା ।