ଓଡ଼ିଶା ହେବ ମାନୁଫ୍ୟାକଚରିଂ ହବ୍, ନିରନ୍ତର ଜାରି ରହି ରହିଛି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ହେବ ମ୍ୟାନୁଫ୍ୟାକ୍ଚରିଂ ହବ୍ । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଏକ ନିରନ୍ତର ପ୍ରକ୍ରିୟା । ଏହା ବର୍ଷ ତମାମ ଜାରି ରହିଛି । ନିକଟରେ କୋଲକାତାରେ ନିବେଶକ ସମ୍ମିଳନୀ ହୋଇଥିଲା । ଓଡ଼ିଶା ଆସିବା ଲାଗି ନିବେଶକ ଓ ଶିଳ୍ପପତିଙ୍କ ମନରେ ଉତ୍ସାହ ରହିଛି । ଯେଉଁମାନଙ୍କ ସହ ଆଲୋଚନା ହୋଇଛି ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ନିବେଶକ ଓଡ଼ିଶା ଆସିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଆଇପିଆର ୨୨ର ଅପରେସନ ଗାଇଡଲାଇନ ଜାରି କରାଯାଉଛି ।

ନିକଟରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗସ୍ତ କରି ଶିଳ୍ପ ପ୍ରତିଷ୍ଠା ନେଇ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି । ଶିଳ୍ପ ପ୍ରତିଷ୍ଠା ଲାଗି ୧୦ ଲକ୍ଷ ୪୮ ହଜାର କୋଟି ପ୍ରସ୍ତାବ ଆସିଛି । ସେଥିମଧ୍ୟରୁ ୧ ଲକ୍ଷ ୫୩ ହଜାର ନିବେଶ ପ୍ରସ୍ତାବର ମଞ୍ଜୁରୀ ଦିଆଯାଇଛି । ଅବଶିଷ୍ଟ ପାଇପ ଲାଇନରେ ଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।