spot_img

Latest Posts

ଭିଜିଲାନ୍ସ ଜାଲରେ ABEO, ଅଫିସ ଓ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ABEO, ଅଫିସ ଓ ଘରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଧର୍ମଶାଳା ABEO ଜୟଦେବ ଜେନାଙ୍କ ଘରେ ଭିଜିଲାନ୍ସ ରେଡ଼ । ଭୁବନେଶ୍ଵର, ଗଞ୍ଜାମ ଓ ଯାଜପୁର ସମେତ ୭ଟି ସ୍ଥାନରେ ଚଢାଉ । ଚଢାଉରେ ୩ ଜଣ ଆଡିସନାଲ ଏସପି, ୪ ଜଣ ଡିଏସପି, ୯ ଇନ୍ସପେକ୍ଟର ସାମିଲ ।

ଭୁବନେଶ୍ବର ପାତ୍ରପଡ଼ା ସମେତ ଖଣ୍ଡଗିରି ଜଟଣୀବିହାର, ଗଞ୍ଜାମ ପି. ନୂଆଗାଁ, ଗଞ୍ଜାମ ବୁରୁଝୁରୀ, ଯାଜପୁର ଜାରକା ସ୍ଥିତ ଅଫିସ ଓ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉ ବେଳେ ABEOଙ୍କ ୩ଟି ଦାମୀ କୋଠା ଓ ୧୯ଟି ପ୍ଲଟ୍ ଠାବ କରାଯାଇଛି। ଭୁବନେଶ୍ବର ପାତ୍ରପଡ଼ାରେ ଏକ ୩ ମହଲା କୋଠା, ଗଞ୍ଜାମ ନୂଆଗାଁରେ  ୨ ମହଲା କୋଠା ଠାବ କରାଯାଇଛି। ଭୁବନେଶ୍ବର, ଖଲ୍ଲିକୋଟ ଓ କୋଦଳା ଠାରେ ୧୯ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଏକ ବର୍ଷରୁ ଅଧିକ ହେବ ସେ ଧର୍ମଶାଳା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେରେ କାର୍ଯ୍ୟରତ ଅଛନ୍ତି । ଭିଜିଲାନ୍ସ ଟିମ୍ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କେଉଁ ଭଳି ଭାବରେ ଏତେ ସମ୍ପତ୍ତି ହାତେଇଛନ୍ତି ତାକୁ ନେଇ ଭିଜିଲାନ୍ସ ଟିମ୍ ତଦନ୍ତ ଜାରି ରଖିଛି ।

 

Latest Posts

Don't Miss