ଦରବୃଦ୍ଧି ସମ୍ପର୍କରେ ଓଇଆରସି ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ସରକାର

1 min read
Odisha To Appeal OERC To Reconsider In Power Tariff Hike

ଭୁବନେଶ୍ୱର: ବିରୋଧୀଙ୍କ ହୋହଲ୍ଲା ଦେଖି ବିଜୁଳି ଦରବୃଦ୍ଧି ପ୍ରସଙ୍ଗରେ ଗୃହରେ ଶକ୍ତିମନ୍ତ୍ରୀ ବିବୃତି ରଖିଛନ୍ତି । ରାଜ୍ୟ ସରକାର ଦରବୃଦ୍ଧି ସମ୍ପର୍କରେ ଓଇଆରସି ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ବିବୃତି ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗତ ଶନିବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ବିଦ୍ୟୁତ୍ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିଥିଲେ । ଗତବର୍ଷ ତୁଳନାରେ ବିଦ୍ୟୁତ୍ ଦର ୫.୬୦ ପ୍ରତିଶତ ବୃଦ୍ଧି କରିଛି ଓଇଆରସି । ଏପ୍ରିଲ୍ ୪ ତାରିଖରୁ ଲାଗୁହେବ ବର୍ଦ୍ଧିତ ଦର ।

 Odisha To Appeal OERC To Reconsider In Power Tariff Hike

ନୂଆ ଦର ଅନୁଯାୟୀ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ୨ ପ୍ରତିଶତ ରିହାତି ଦିଆଯାଇଛି । କୃଷି ଏବଂ ବିପିଏଲ ବର୍ଗଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁହେବନି । ବିତରଣ ଶୁଳ୍କରେ ୩ ପଇସା ବୃଦ୍ଧି କରାଯାଇଛି । ଗ୍ରାମୀଣ ବିଦ୍ୟୁତ ଉପଭୋକ୍ତା ନିର୍ଦ୍ଧାରିତ ବିଦ୍ୟୁତ୍ ଶୁଳ୍କ ପ୍ରଦାନ କଲେ ପ୍ରତି ୟୁନିଟରେ ୫ ପଇସା ରିହାତି ପାଇବେ ବୋଲି ଘୋଷଣା ହୋଇଛି । ତେବେ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ, ବିଦ୍ୟୁତ ଉତ୍ପାଦନ, ବିତରଣ ଓ ପରିବହନ ଖର୍ଚ୍ଚ ବଢିଥିବାରୁ ବିଦ୍ୟୁତ୍‌ ଦର ବଢ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

Leave a Reply