ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର

1 min read

ଭୁବନେଶ୍ବର: ଏଣିକି ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ପିଇବାକୁ ଦିଆଯିବ କ୍ଷୀର । ଏନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ୨୦୦ ମିଲିଲିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର ।

ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଗୋକୁଳ ଯୋଜନାରେ ତିନି ହଜାର ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି । ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି । ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ଦୁଇ ଶହ ମିଲିଲିଟର କ୍ଷୀର ଦେବା ନେଇ ଗତକାଲି ଶୁଭାରମ୍ଭ ହୋଇଛି ।