ୟୁକ୍ରେନରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ, ପ୍ଲାନ କଲେ ସରକାର

1 min read

ଭୁବନେଶ୍ୱର: ଯୁଦ୍ଧ ଭୂମିରୁ ଓଡ଼ିଆ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମେଗା ପ୍ଲାନ  ।  ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ସୁରକ୍ଷିତ ଭାବେ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ  । ୪ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ୟୁକ୍ରେନ ସହ ଅନ୍ୟ ଦେଶକୁ ଚାଲି ଯାଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର ।

ଏଥିପାଇଁ ନୂଆଦିଲ୍ଲୀ ରେସିଡେଣ୍ଟ କମିଶନଙ୍କ କାର୍ଯ୍ୟାଳୟ ନୋଡାଲ ଅଫିସ ହେବ ବୋଲି ଘୋଷଣା କରାଯାଇଛି । ପୋଲାଣ୍ଡ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦାୟିତ୍ୱ ବିକ୍ରମାଦିତ୍ୟଙ୍କୁ ଦିଆଯାଇଛି । ଏବେ କିଟ୍ ଓ କିସ ବିଶ୍ୱବିଦ୍ୟାଳୟର ଉପସଭାପତି ଅଛନ୍ତି ବିକ୍ରମାଦିତ୍ୟ । ସେହିଭଳି ହଙ୍ଗେରୀ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ UNFCRର ବରିଷ୍ଠ ଅଧିକାରୀ ଆରୁଷି ରାୟଙ୍କୁ ନିଯୁକ୍ତି ଦିଆଯାଇଛି ।

ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଦାୟିତ୍ୱ ମିଳିଛି । ସ୍ଲୋଭାକିଆ ପାଇଁ କଲସଲଟାଣ୍ଟ ଭାବେ କାର୍ଯ୍ୟରତ ଅନୁରାଗ ପଟ୍ଟନାୟକଙ୍କୁ ମିଳିଛି ହଙ୍ଗେରୀ ଦାୟିତ୍ୱ । ଗୋଟେପଟେ ଅନେକ ଦେଶର ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି  । ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରୁଥିଲେ ମଧ୍ୟ ସେଠାକାର ସରକରା ଫେରାଇ ଆଣିବାରେ ବିପଳ ହେଉଛନ୍ତି  । କିନ୍ତୁ ଏପରି  ଘଡ଼ିସନ୍ଧି ସମୟରେ ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କ ପରିବାର ବର୍ଗକୁ ଆଶାସ୍ୱନା ଦେଇଛି  ।

Leave a Reply