spot_img

Latest Posts

ରାଜ୍ୟରେ ଡାକ୍ତରଙ୍କ ଅଭାବ, ବହୁ ପଦବୀ ଖାଲି; ମାନିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଡାକ୍ତରଙ୍କ ଅଭାବ ଅଛି। ବହୁ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଏହା ମାନିଛନ୍ତି ରାଜ୍ୟ ସରକାର। ଏହା ସହିତ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିଶୃତି ଦେଇଛନ୍ତି, ଖୁବ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ। ୫ ହଜାର ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହିତ ୩ ହଜାର ପାରା ମେଡିକାଲ ଷ୍ଟାଫ ପଦବୀ ମଧ୍ୟ ପୂରଣ କରାଯିବ। ରାଜ୍ୟରେ ୧୭ଟି ଏଲୋପାଥି ମେଡିକାଲ କଲେଜ, ୧୭ଟି ହୋମିଓପାଥି କଲେଜ ଓ ୩ ଟି ଆୟୁର୍ବେଦ କଲେଜ ଅଛି ।

ପଦୋନ୍ନତି, ନିୟମିତ, ଠିକା, ଡେପୁଟେସନ ପରି କାର୍ଯ୍ୟକ୍ରମ ଜରିଆରେ ଡାକ୍ତର ଓ ଅଣ ଡାକ୍ତର ପଦବୀ ପୂରଣ କରାଯାଉଛି। ସହକାରୀ ପ୍ରଫେସର ପଦବୀ OPSC ଜରିଆରେ ପୂରଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିକାଲ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି। ମନ୍ତ୍ରୀ କହିଛନ୍ତି, ୩୦ ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ। ୨୦୧୪ ପରେ ଯେତେ ସବୁ ୧୦୦ ବେଡ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି, ସେଥିପାଇଁ ୨୫୦ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Latest Posts

Don't Miss