ଓଡିଶା ବଜେଟ ୨୦୨୨-୨୩: କୃଷିକୁ ଗୁରୁତ୍ୱ, କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ ୫୦ ହଜାର ପର୍ଯ୍ୟନ୍ତ ଋଣ
1 min readଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ ହେଉଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବଜେଟ୍ ଉପସ୍ଥାପନ କରୁଛନ୍ତି । ୨ଲକ୍ଷ କୋଟି ଟଙ୍କାର ଏହି ବଜେଟରେ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରାରମ୍ଭିକ ବଜେଟ ଭାଷଣରେ ନିରଞ୍ଜନ ପୁଜାରୀ କହିଛନ୍ତି, ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି । କାଳିଆ ଯୋଜନା ଆଧାରରେ କୃଷକଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । କୃଷି ବଜେଟ ୨୧, ୧୬୬ କୋଟି ରଖାଯାଇଛି ।
ବଜେଟ୍ ୨୦୨୨-୨୩କୁ ବିନ୍ଦୁରେ ଜାଣନ୍ତୁ
-ସ୍ୱାସ୍ଥ୍ୟ ପାଇଁ ୧୨୬୨୪ କୋଟି ଟଙ୍କା ।
-ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି ।
-ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
– BSKY ଯୋଜନାକୁ ୨୬୬୪ କୋଟି ।
-୨ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ ।
-୨୨ ବର୍ଷରେ ୧୭ ଗୁଣ ବଡିଛି ବଜେଟ୍ ।
– ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନକୁ ୨୩୨୫ କୋଟି ।
-କାଳିଆ ଯୋଜନାକୁ ୮୭୪ କୋଟି ।
-କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ଋଣ ।
-କୁକୁଡା ଚାଷ ପାଇଁ ୧୦୨ କୋଟି ।
-ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି ।
-ଶିକ୍ଷା ବିଭାଗ ପାଇଁ ୩୫୮୧ କୋଟି ।
-ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୫୧ କୋଟି ।
-ମୋ କଲେଜ ଅଭିଯାନ ପାଇଁ ୧୧ କୋଟି ।
– ହାଇସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ।
– ଅଙ୍ଗନବାଡି କେନ୍ଦ୍ର ପାଇଁ ୨୩୯୭ କୋଟି ।
-ରାସ୍ତା ରକ୍ଷଣାବେକ୍ଷଣା ପାଇଁ ୨୯୭୦ କୋଟି ।
-ପୂର୍ତ୍ତ ବିଭାଗ ପାଇଁ ୮୩୮୩ କୋଟି ।
-ବିଜୁ ଏକ୍ସପ୍ରେସ ୱେକୁ ୩୦୦ କୋଟି ।
-ସଡକ ଭିତ୍ତିଭୂମି ବିକାଶ ପାଇଁ ୧୪,୪୫୪ କୋଟି ।
-ବିଜୁ ସେତୁ ଯୋଜନାକୁ ୧୬୮୮ କୋଟି।
-୨୮୧ ସେତୁ ନିର୍ମାଣ ଲକ୍ଷ୍ୟ ।
-ସହରାଞ୍ଚଳ ବାସଗୃହ ମିଶନକୁ ୪୦୦ କୋଟି ।
-ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି ।
-ଛାତ୍ର ବୃତ୍ତି ପାଇଁ ୬୪୨ କୋଟି ।
-୬୪ ଟି ନୂଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଲକ୍ଷ୍ୟ ।
-ବିଜୁ ପକ୍କା ଘର ପାଇଁ ୫୯୦୬ କୋଟି ।
-ମିଶନ ଶକ୍ତି ବିଭାଗକୁ ୨୦୦୦ କୋଟି ।
-ପଶୁ ଚିକିତ୍ସା ପାଇଁ ୧୯ଟି ଭ୍ରାମ୍ୟବାଣ ୟୁନିଟ ପ୍ରତିଷ୍ଠା ଲକ୍ଷ୍ୟ ।
-ବସୁଧା ଯୋଜନାକୁ ୧୮୫୦ କୋଟି ବ୍ୟୟବରାଦ ରଖାଯାଇଛି ।
-ରାସ୍ତା ନଥିବା ଗାଁକୁ ରାସ୍ତା ପାଇଁ ୧୫୦ କୋଟି ।
-ନୂଆ ସହର ବିକାଶ ପାଇଁ ୩୩୪ କୋଟି ।
-ମୁଖ୍ୟମନ୍ତ୍ରୀ ସଡକ ଯୋଜନାକୁ ୭୭୪ କୋଟି ।
-ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭୩୨୪ କୋଟିର ବଜେଟ ବ୍ୟୟବରାଦ ।