ଓଡ଼ିଶାକୁ ଆସିଲା ୧ ଲକ୍ଷ କୋଭିଡ ଟିକା, କାଲିଠୁ ଟିକା ବଣ୍ଟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଓଡ଼ିଶାକୁ ଆସିଲା ୧ ଲକ୍ଷ କୋଭିଡ ଟିକା । କାଲି ଠାରୁ ଟିକା ବଣ୍ଟନ ନେଇ ପ୍ରକ୍ରିୟା ଆରମ୍ଭ ହେବ  ।  ୧୯ ତାରିଖରୁ ସମସ୍ତଙ୍କୁ ଦିଆଯିବ ଟିକା  । ଏନେଇ
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି  ।

ଗତ ବର୍ଷ ଡିସେମ୍ବରରେ ମାଗଣାରେ ୨ କୋଟି କୋଭିସିଲ୍ଡ ଡୋଜ କେନ୍ଦ୍ରକୁ ଦେବା ଲାଗି ସେରମ କମ୍ପାନୀ ଘୋଷଣା କରିଥିଲା। ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ସେରମ ଇନଷ୍ଟିଚ୍ୟୁଟ ସହାୟତାର ହାତ ବଢାଇଥିଲା ।

ସେରମ ଇନଷ୍ଟିଚ୍ୟୁଟର ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ କହିଛନ୍ତି ପ୍ରାୟ ୪୧୦ କୋଟି ଟଙ୍କାର ଟିକା ମାଗଣାରେ କେନ୍ଦ୍ରକୁ ଯୋଗାଇ ଦେବା ଲାଗି କମ୍ପାନୀ ନିଷ୍ପତ୍ତି ନେଇଛି । ଏହି ଟିକା କିପରି ଯୋଗାଇ ଦିଆଯିବ ସେଥିଲାଗି ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ପତ୍ର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରଙ୍କୁ ସେରମ ଇନଷ୍ଟିଚ୍ୟୁଟ ୧୭୦ କୋଟିରୁ ଅଧିକ ଡୋଜ କୋଭିସିଲ୍ଡ ଯୋଗାଇ ଦେଇସାରିଛି ।

ଚୀନ ଓ ଅନ୍ୟାନ୍ୟ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢୁଥିବାବେଳେ ଭାରତ ସରକାର ପ୍ରତିକାରମୂଳକ ପଦକ୍ଷେପ ନେଇଛନ୍ତି । ସାରା ଦେଶରେ ମେଡିକାଲ ଭିତ୍ତିଭୂମି ନେଇ ମକଡ୍ରିଲ ବି କରାଯାଇସାରିଛି ।