କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା: ୧୩ ରାଜ୍ୟକୁ ପଠାଇଲାଣି ୧୪୨୯୪ ମାଟ୍ରିକ୍ ଟନ୍ ଅକ୍ସିଜେନ୍

ଭୁବନେଶ୍ୱର:  କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି । ଅମ୍ଲଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଏଯାବତ୍ ମୋଟ  ୭୭୭ ଟ୍ୟାଙ୍କରରେ ୧୪୨୯୪.୧୪୧ ମାଟ୍ରିକ୍ ଟନ୍  ମେଡିକାଲ ଅକ୍ସିଜେନ ପଠାଇଛି ଓଡ଼ିଶା । ଆଉ ଏହି ଅକ୍ସିଜେନ ପ୍ରେରଣରେ ସାରଥି ସାଜିଛି ଓଡ଼ିଶା ପୋଲିସ ।

          ଏଯାବତ୍ ଆନ୍ଧ୍ର ପ୍ରଦେଶକୁ ୨୩୬ ଟ୍ୟାଙ୍କରରେ ୪୬୪୨.୧୨୯ ମାଟ୍ରିକ୍ ଟନ୍ , ତେଲେଙ୍ଗାନାକୁ ୨୦୪ ଟ୍ୟାଙ୍କରରେ ୩୪୬୪ ମାଟ୍ରିକ୍ ଟନ୍, ହରିୟାଣାରୁ ୧୧୩ ଟ୍ୟାଙ୍କରରେ  ୨୧୨୧.୭୨୨ ମାଟ୍ରିକ୍ ଟନ୍, ମଧ୍ୟ ପ୍ରଦେଶକୁ ୫୮ ଟ୍ୟାଙ୍କରରେ ୧୦୨୫.୪୮ ମାଟ୍ରିକ୍ ଟନ୍, ଉତ୍ତରପ୍ରଦେଶ ୪୭ ଟ୍ୟାଙ୍କରରେ ୯୨୧.୮୫୧ ମାଟ୍ରିକ୍ ଟନ୍, ମହାରାଷ୍ଟ୍ର  ୩୪ ଟ୍ୟାଙ୍କରରେ ୫୬୬.୬୭୧ ମାଟ୍ରିକ୍ ଟନ୍, ଛତିଶଗଡ଼ ୨୬ ଟ୍ୟାଙ୍କରରେ ୩୯୯.୨୮୨ ମାଟ୍ରିକ୍ ଟନ୍, ଦିଲ୍ଲୀ ୨୨ ଟ୍ୟାଙ୍କରରେ ୪୧୦.୨୪ ମାଟ୍ରିକ୍ ଟନ୍, ତାମିଲନାଡ଼ୁ ୨୨ ଟ୍ୟାଙ୍କରରେ ୪୦୮.୦୮୭ ମାଟ୍ରିକ୍ ଟନ୍, କର୍ଣ୍ଣାଟକ ୬ ଟ୍ୟାଙ୍କରରେ ୧୨୦.୯୬ ମାଟ୍ରିକ୍ ଟନ୍ , ପଞ୍ଜାବ ୪ ଟ୍ୟାଙ୍କରରେ ୧୦୭.୮୯ ମାଟ୍ରିକ୍ ଟନ୍, ବିହାର ୩ ଟ୍ୟାଙ୍କରରେ ୬୬.୧୪ ମାଟ୍ରିକ୍ ଟନ୍ ଓ ରାଜସ୍ଥାନକୁ ୨ ଟ୍ୟାଙ୍କରରେ ମୋଟ ୩୯.୪୨ ମାଟ୍ରିକ୍ ଟନ୍ ମେଡିକାଲ ଅକ୍ସଜେନ୍ ପଠାଯାଇଛି ।

Leave a Reply