ଆଦିମ ଜନଜାତିଙ୍କ ଉନ୍ନତି କ୍ଷେତ୍ରରେ ରୋଲ ମଡେଲ ଓଡ଼ିଶା

ଭୁବନେଶ୍ୱର: ଆଦିମ ଜନଜାତିଙ୍କ ଉନ୍ନତି କ୍ଷେତ୍ରରେ ରୋଲ ମଡେଲ ପାଲଟିଛି ଓଡ଼ିଶା । ଆଦିମ ଜନଜାତିଙ୍କ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଫଳରେ ୧୩ଟି ଆଦିମ ଜନଜାତିଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହୋଇପାରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଓଡ଼ିଶାର ବିଶେଷଜ୍ଞ ରାଜ୍ୟ ସରକାରଙ୍କ ମଡେଲ ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ମଡେଲ ଅନ୍ୟରାଜ୍ୟରେ କାର୍ଯ୍ୟକାରୀ କରାଗଲେ ସେସବୁ ରାଜ୍ୟର ଆଦିମ ଜନଜାତିଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ହୋଇପାରିବ । ନୀତି ଆୟୋଗ ବୈଠକରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରଛି ଓଡ଼ିଶା  । ପ୍ରତ୍ୟେକଙ୍କୁ ସମାଜରେ ସ୍ୱୀକୃତି ଦେବାକୁ ପ୍ରୟାସ ଅନବରତ ଜାରି ରଖିଚନ୍ତି ରାଜ୍ୟ ସରକାର  ।