୧୬ ଜିଲ୍ଲାରୁ ୨୧୨ କୋଭିଡ୍ ସଂକ୍ରମିତ ଚିହ୍ନଟ, କେନ୍ଦୁଝର କୋଭିଡ୍ ମୁକ୍ତ
1 min readଭୁବନେଶ୍ୱର: କମୁଛି କରୋନା ସଂକ୍ରମଣ, କୋଭିଡ୍ ମୁକ୍ତ ହେଉଛି ଜିଲ୍ଲା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ଆଉ ୨୧୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।
Covid-19 Report For 22nd November
New Positive Cases: 212
Of which 0-18 years: 70
In quarantine: 123
Local contacts: 89(Details of local contacts will be shared by concerned District)
1. Balasore: 3
2. Bhadrak: 1
3. Boudh: 1
4. Cuttack: 2
5. Ganjam: 2
6. Jagatsinghpur: 3— I & PR Department, Odisha (@IPR_Odisha) November 23, 2021
ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ଶହେ ତଳକୁ ଖସିଥିବା ବେଳେ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୩ ଜଣ, ଭଦ୍ରକରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୯ ଜଣ, ସମ୍ବଲପୁରରୁ ୧୩ ଜଣ, ସୁନ୍ଦରଗଡ଼ରୁ ଜଣେ, ୩୯ ଜଣ ଏବଂ ଷ୍ଟେଟପୁଲରୁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 245
Cumulative tested: 23334433
Positive: 1047386
Recovered: 1036746
Active cases: 2191— I & PR Department, Odisha (@IPR_Odisha) November 23, 2021
ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଏବେ କେନ୍ଦୁଝରରେ କେହି କରୋନା ସଂକ୍ରମିତ ନାହାଁନ୍ତି । କେନ୍ଦୁଝର ଜିଲ୍ଲା ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ ରହିଛି । ଏତଦବ୍ୟତୀତ ଆଜି ରାଜ୍ୟର ୧୪ ଜିଲ୍ଲାରୁ ଗୋଟିଏ ବି କରୋନା ସଂକ୍ରମିତ ମାମଲା ଆସିନାହିଁ । ଏଯାବତ୍ ରାଜ୍ୟରେ ୧୦ ଲକ୍ଷ ୪୭ ହଜାର ୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ଲକ୍ଷ ୩୬ ହଜାର ୭୪୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୨୧୯୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।