spot_img

Latest Posts

୨୪ ଜିଲ୍ଲାରୁ ଆଉ ୬୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୯୨ ଜଣ ଅଛନ୍ତି । ୩୮୦ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୭୨ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬କୁ ବୃଦ୍ଧି ପାଇଛି ।

ୟେଲୋ ଜୋନରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧, ବାଲେଶ୍ୱରରୁ ୧୯, ବରଗଡ଼ରୁ ୩, ଭଦ୍ରକରୁ ୭, ବଲାଙ୍ଗିରରୁ ୩, କଟକରୁ ୭୦, ଦେବଗଡ଼ ୧ରୁ, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୨୬, କୋରାପୁଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୨୯, ନୟାଗଡ଼ରୁ ୬, ନୂଆପଡ଼ାରୁ ୧, ପୁରୀରୁ ୧୪, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡ଼ୁ ୧୫ ଓ ଷ୍ଟେଟପୁଲରୁ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୦ ଲକ୍ଷ ୧୮ ହଜାର ୩୧୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ୫୦୮୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Latest Posts

Don't Miss