ରାଜ୍ୟରେ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ, ମୋଟ ମାମଲାର ୫୦ ପ୍ରତିଶତ ଖୋର୍ଦ୍ଧା ଜିଲ୍ଲାର
1 min readଭୁବନେଶ୍ୱର: ରାଜ୍ୟରେ ୫ ଶହ ତଳେ ରହୁଛି ଦୈନିକ ସଂକ୍ରମଣ । ଚିନ୍ତା ବଢ଼ାଉଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୯ ଜିଲ୍ଲାରୁ ଆଉ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମଣ ମାମଲାର ୫୦ ପ୍ରତିଶତ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାର । ଶୂନରୁ ୧୮ ବର୍ଷ ମଧ୍ୟରେ ୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୫୮ଟି ମାମଲା ଆସିଥିବା ବେଳେ ୧୮୫ଟି ମାମଲା ସ୍ଥାନୀୟ ସଂକ୍ରମଣ ।
Covid-19 Report For 16th October
New Positive Cases: 443
Of which 0-18 years: 75
In quarantine: 258
Local contacts: 185(Details of local contacts will be shared by concerned Dist Administration)
1. Angul: 1
2. Balasore: 14
3. Bargarh: 2
4. Bhadrak: 5
5. Balangir: 3— I & PR Department, Odisha (@IPR_Odisha) October 17, 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୪, ବରଗଡ଼ରୁ ୨, ଭଦ୍ରକରୁ ୫, ବଲାଙ୍ଗିରରୁ ୩, କଟକରୁ ୨୭, ଗଞ୍ଜାମରୁ ୧, ଜଗତସିଂହପୁରରୁ ୭, ଯାଜପୁରରୁ ୧୧, କଳାହାଣ୍ଡିରୁ ଜଣେ, କେନ୍ଦ୍ରପଡ଼ାରୁ ୧୦, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୦, ନୟାଗଡ଼ରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 562
Cumulative tested: 21061157
Positive: 1035077
Recovered: 1021742
Active cases: 4997— I & PR Department, Odisha (@IPR_Odisha) October 17, 2021
ସେହିଭଳି ପୁରୀରୁ ୧୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟପୁଲରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ପାଇଛି ।ଏବେ ରାଜ୍ୟରେ ୪ ହଜାର ୯୯୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୩ ମୃତ୍ୟୁକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୮ ହଜାର ୨୮୫କୁ ବୃଦ୍ଧି ପାଇଛି । କରୋନାକୁ ମାତ୍ ଦେଇ ୧୦ ଲକ୍ଷ ୨୧ ହଜାର ୭୪୨ ଜଣ ସୁସ୍ଥ ହୋଇଛନ୍ତି ।