ରାଜ୍ୟରେ ବଢୁଛି ସଂକ୍ରମଣ କମୁଛି ଗୁରୁତରଙ୍କ ସଂଖ୍ୟା, ଦିନକରେ ୨୧୨ ମାମଲା

1 min read

ଭୁବନେଶ୍ବର: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୭ ହଜାର ୮୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ଆକ୍ଟିଭ କେସ୍ ୪୦ ହଜାର ୨୧୫ ରହିଛି । ସେହିପରି ରାଜ୍ୟରେ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଗକୁ ଆହୁରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ଅଧିକ ଟେଷ୍ଟିଂ କରାଯାଉଥିବାକୁ ସଂକ୍ରମଣ ବୃଦ୍ଧି ପାଉଛି । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ରହିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ୍ କରିଛି । ସଂକ୍ରମଣ ବଢୁଥିଲେ ମଧ୍ୟ ଗୁରୁତରଙ୍କ ସଂଖ୍ୟା କମ୍ ରହିଛି । ଲକ୍ଷଣ ଥିଲେ ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ଭାରିଆଣ୍ଟରେ ସଂକ୍ରମିତ ହେଲେ ହସ୍ପିଟାଲଲାଇଜେସନ ହେବାର ଲକ୍ଷଣ ଦେଖାଯାଉନାହିଁ । ତେଣୁ ଆତଙ୍କିତ ହେବାର କିଛିନାହିଁ l ସତର୍କ ରୁହନ୍ତୁ, ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ ।