ସ୍ୱାଭିମାନ ଅଞ୍ଚଳରେ ଆହୁରି ଜୋରଦାର ହେବ ମାଓ ମୁକାବିଲା

ମାଲକାନଗିରି/କୋରାପୁଟ: ଲାଲଗଡ଼ରେ ପୋଲିସ ଡିଜି ଅଭୟ । ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ପ୍ରଥମେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳ ଘନବେଡ଼ାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ମାଓ ଗତିବିଧି ସମ୍ପର୍କରେ ସମୀକ୍ଷା କରିଥିଲେ ଡିଜିପି । ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲାକୁ ଆହୁରି ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

Odisha Police To Intensify Mao Operation In Swabhiman Area

ଡିଜିପିଙ୍କ ଗସ୍ତ ବେଳେ ଏଡିଜି ଲଳିତ ଦାସ, ଏସଆଇଡବ୍ଲୁ ଆଇଜି ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ ଡିଜିପି ଅଭୟ ।

Odisha Police To Intensify Mao Operation In Swabhiman Area

ସ୍ୱାଭିମାନ ଅଞ୍ଚଳରେ ସମୀକ୍ଷା ବୈଠକ ସାରି ଡିଜିପି କୋରାପୁଟ ଗସ୍ତରେ ଅଛନ୍ତି । ସୁନାବେଡା ଏଚଏଏଲ ପଡିଆରେ ପହଞ୍ଚିବା ପରେ ସେଠାରୁ ପଟ୍ଟାଙ୍ଗୀ ଯାଇ ନୂତନ ଥାନା ଉଦଘାଟନ କରିଛନ୍ତି ଡିଜିପି ଅଭୟ । ଏହାପରେ ମାଓ ଗତିବିଧି ଉପରେ ସମୀକ୍ଷା ଓ ହାଲ ଅଡିଟୋରିୟମରେ ଡିଜିପି ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply