ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
1 min readଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲାଗି ରହିଛି ଅକ୍ସିଜେନ୍ ସଂକଟ । ଅନ୍ୟ ରାଜ୍ୟର ସଂକଟ ସମୟରେ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଅଭିମୁଖେ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ବାହାରିଛି । ଯାଜପୁରର ଏକ ଶିଳ୍ପ ସଂସ୍ଥାରୁ ୨ଟି ଦୁଇଟି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ପୋଲିସ ଏସ୍କର୍ଟରେ ପଠାଯାଉଛି ।
ଗତକାଲି ଅନୁଗୁଳ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡ଼ିରେ ପ୍ରାୟ ୨୨ ଟନ ଅକ୍ସିଜେନ୍ ବିଶାଖାପାଟଣା ପଠାଯାଇଥିଲା । ରାତି ପ୍ରାୟ ୧୧ଟା ବେଳେ ଅନୁଗୁଳରୁ ବିଶାଖାପାଟଣା ଅଭିମୁଖେ ବାହାରିଥିଲା ଗାଡ଼ି । ଏନେଇ ପୋଲିସ ପକ୍ଷରୁ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା । ବାଟରେ କୌଣିସି ଅସୁବିଧା ନହେବା ପାଇଁ ସାଥିରେ ଏସକର୍ଟ ଟିମ୍ ମଧ୍ୟ ପଠାଯାଇଛି ।
2 more tankers, with about 40 tones of medical oxygen on way to Visakhapatnam from Jajpur. Odisha Police escorting for prompt and unhindered transportation so as to reach thousands of needy patients without any delay. pic.twitter.com/B6omZ37wgl
— Odisha Police (@odisha_police) April 23, 2021
ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ଲାଗି ପୋଲିସ ସ୍ୱତନ୍ତ୍ର କରିଡର ସହ ଏସକର୍ଟ ଯୋଗାଇ ଦେବ ବୋଲି ଡିଜିପି ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏଥିପାଇଁ ଏଡିଜି ଆଇନଶୃଙ୍ଖଳାକୁ ଡିଜିପ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିବା ବେଳେ ଜିଲ୍ଲାସ୍ତରରେ ଏସପିମାନଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ।