ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଓଡ଼ିଶା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଅଧିକାରୀ/କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ କର୍ତ୍ତବ୍ୟପରାୟଣତା, ନିଷ୍ଠା ଏବଂ ନେତୃତ୍ୱ ଯୋଗୁଁ ସୁସ୍ଥ ସମାଜ ଗଠନ ହେବାରେ ସହାୟକ ହୋଇପାରିଛି । ଆଗାମୀ ଦିନରେ ମଧ୍ୟ ସେମାନଙ୍କର ଏହି ଅବଦାନ ସମାଜକୁ ଏକ ନୂତନ ଦିଗକୁ ନେଇପାରିବ ବୋଲି ଡିଜିପି ଶ୍ରୀ ବଂସଲ ଆଶା ପ୍ରକଟ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏସ୍‌ପି/ଏସ୍‌ଡିପିଓ/ଆଇଆଇସି/ଏସ୍ଆଇ/କନେଷ୍ଟବଳ ଏବଂ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଡିଜିପି ପ୍ରଶଂସା କରିବା ସହ ସେମାନଙ୍କ ଅବଦାନ ସମଗ୍ର ପୋଲିସ ବିଭାଗକୁ ରୁଦ୍ଧିମନ୍ତ କରିପାରିଥିବା ଡିଜିପି ପ୍ରକାଶ କରିଛନ୍ତି ।

            ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ସାରା ରାଜ୍ୟରେ ୧ଶହରୁ ଊର୍ଦ୍ଧ୍ୱ ଥାନା ଅଧିକାରୀ, ଉପଖଣ୍ଡ ପୋଲିସ୍ ଅଧିକାରୀ (ଏସ୍‌ଡିପିଓ) ଏବଂ ଆରକ୍ଷୀ ଅଧିକ୍ଷକ (ଏସ୍ପି) ଭାବେ ମହିଳାମାନେ କାର୍ଯ୍ୟ କରୁଛନ୍ତି । ଯାହାକୁ ଆମ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ କହିଲେ ଅତ୍ୟୁକ୍ତି ହେବ ନାହିଁ ।

            ଏହି ଅବସରରେ ଡିଜିପି ଶ୍ରୀ ବଂସଲ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଏବଂ ସୁସ୍ଥ ପରିବେଶ ଗଠନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଥାନାରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀ କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ମଧ୍ୟ ଡିଜିପି ଶ୍ରୀ ବଂସଲ ସମସ୍ତଙ୍କୁ ନିବେଦନ କରିଛନ୍ତି ।