୨୦୨୨ ଓଡିଶା ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ୪ ବର୍ଷ ବୟସସୀମା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ୨୦୨୨ ଓଡିଶା ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ବୃଦ୍ଧି କଲେ ହାଇକୋର୍ଟ । ସମସ୍ତ ବର୍ଗରେ ୪ବର୍ଷ ସମୟସୀମା ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବ୍ରୁଆରୀ ୧୦ତାରିଖ ଯାଏଁ ଆବେଦନ ଗ୍ରହଣ କରି, ସେହିମାସ ୨୦ତାରିଖରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ଚଳିତ ବିଜ୍ଞପ୍ତି ପାଇଁ ସମୟସୀମା ବୃଦ୍ଧି କାର୍ଯ୍ୟକାରୀ ହେବ। ୪ହଜାର ୭୯୦ କନଷ୍ଟେବଳ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିରେ ପ୍ରାର୍ଥୀ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ନେଇ ଉଲ୍ଲେଖ କରାଯାଇଥିଲା । ଫେବ୍ରୁଆରୀ ୧୦ତାରିଖ ଯାଏଁ ରହିଛି ଆବେଦନ ଅବଧି । ଫେବ୍ରୁଆରୀ ୨୦ରେ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ପାଇଁ ୨୦୧୮ରୁ ୨୦୨୨ ମଧ୍ୟରେ ପରୀକ୍ଷା ହୋଇନଥିବାରୁ ବୟସସୀମା କୋହଳ କରିଛନ୍ତି ହାଇକୋର୍ଟ । ବୟସସୀମା ବୃଦ୍ଧି କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ ଆଶାୟୀ। ତେବେ ପୋଲିସ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।