‘କରୋନା ରୋଗୀଙ୍କୁ ସହଯୋଗର ହାତ ବଢ଼ାନ୍ତୁ, ସୁସ୍ଥ ବ୍ୟକ୍ତି ପ୍ଲାଜ୍‌ମା ଦାନ କରନ୍ତୁ’

1 min read
Sand Art Plasma Therapy

ପୁରୀ: କରୋନାରେ ଗୁରୁତର ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ଲାଜ୍‌ମା ବେଶ ଗୁରୁତ୍ୱପୂର୍ଣ୍ଣ । ଏଣୁ କରୋନାରୁ ସୁସ୍ଥ ହୋଇଥିବା ଵ୍ୟକ୍ତି ନିଜର ପ୍ଲାଜ୍‌ମା ଦାନ କରି ଅନ୍ୟ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିପାରିବ । ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ରାଜ୍ୟରେ ଏବେ ସୁଦ୍ଧା ପ୍ଲାଜ୍‌ମା ସଂଗ୍ରହ ଆଶାନୁରୂପ ହୋଇ ପାରିନାହିଁ ।

ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁସ୍ଥ ବ୍ୟକ୍ତି ମାନଙ୍କୁ ପ୍ଲାଜ୍‌ମା ଦାନ କରିବା ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଅନ୍ୟପଟେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏନେଇ ଅପିଲ୍‌ କରିଛନ୍ତି । ସେ ନିଜର ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସୁସ୍ଥ ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବାପ ପାଇଁ ସେଚତନ କରିଛନ୍ତି ।

ପୁରୀ ବେଳାଭୂମିରେ ଏନେଇ ଏକ ସୁନ୍ଦର ବାଲୁକାକଳା ଟିଏ କରି ରାଜ୍ୟବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ । ରାଜ୍ୟ ସରକାରଙ୍କ ପ୍ଲାଜ୍‌ମା ବ୍ୟାଙ୍କକୁ ଯାଇ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ତେବେ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜ୍‌ମା ଥେରାପି ରାମବାଣ ସଦୃଶ କାମ କରୁଛି । ଗତକାଲି କଟକରେ ଜଣେ କରୋନା ରୋଗୀ ପ୍ଲାଜ୍‌ମା ଥେରାପି ଯୋଗୁଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ୪୮ ବର୍ଷୀୟା ମହିଳା କରୋନାରୁ ସୁସ୍ଥ ହୋଇ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ମୃତ୍ୟୁ ମୁଖରୁ ବର୍ତ୍ତି ପୁନର୍ଜନ୍ମ ପାଇଥିବା ମହିଳା ଜଣଙ୍କ ଡାକ୍ତର ଓ ପ୍ଲାଜମା ଦାତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ତେବେ ଏହି ମହିଳାଙ୍କ ସମେତ ତାଙ୍କ ୩ ପୁଅ ବି କରୋନା ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଆଠଗଡ କୋଭିଡ୍‌ କେୟାର, ପରେ ଗୁରୁତର ଅବସ୍ଥାରେ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏପରିକି ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରହିବାକୁ ପଡିଥିଲା । ଗତ ୧୫ ତାରିଖ ରାତିରେ ହିଁ ମମତାଙ୍କ ଶରୀରରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଥିଲା । ପ୍ଲାଜମା ପାଇବା ପରେ ମହିଳା ଜଣଙ୍କ କରୋନାକୁ ହରାଇ ନୂଆ ଜୀବନ ପାଇଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି  ।

ସରକାରଙ୍କୁ ମାତ୍ର ୧୦ ଦିନରେ ମଧ୍ୟରେ ପ୍ଲାଜ୍‌ମା ଥେରାପିରେ ସଫଳତା ମିଳିଛି । ଅନ୍ୟପଟେ ରାଜ୍ୟରେ ଅନ୍ୟ ୧୩ ଜଣ ରୋଗୀ ପ୍ଲାଜମା ନେବା ପରେ ଦ୍ରୁତ ସୁସ୍ଥ ହେଉଥିବା ଜଣାପଡିଛି  । ବହୁ ଆଶା ନେଇ ଗତ ୧୫ ତାରିଖରେ ଓଡିଶାରେ ଆରମ୍ଭ ହୋଇଥିଲା ପ୍ଲାଜମା ଥେରାପି ।

Leave a Reply