ମାଟ୍ରିକ ପରୀକ୍ଷା ବାତିଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ବାତିଲ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ  । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଣଶିକ୍ଷା ବିଭାଗ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି ।

ମେ ମାସ ୩ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିଲା ମାଟ୍ରିକ ପରୀକ୍ଷା ।ସେହିପରି  ମେ୧୮ ତାରିଖରେ ହୋଇଥାନ୍ତା ମଦ୍ରାସା ବୋର୍ଡ ପରୀକ୍ଷା   ।  ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏବଂ ମଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ  ।

ସୂଚନା ଅନୁଯାୟୀ ଏହି ବୋର୍ଡ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଫଳ ପ୍ରକାଶନ କରାଯିବ  । ଯେଉଁ ଛାତ୍ରଛାତ୍ରୀ ମାନେ ଉକ୍ତ ଦିନରେ ପରୀକ୍ଷା ଦେବାକୁ ଅସମ୍ମତି ପ୍ରକାଶ କରିବେ , ସେମାନଙ୍କ ପାଇଁ ସାନି ତାରିଖ ଘୋଷଣା କରାଯିବ  । ଅର୍ଥାତ କୋଭିଡ ସମୟ ପ୍ରଶମିତ ହେବାପରେ ସେମାନେ ପରୀକ୍ଷା ଦେଇପାରିବେ  ।

ପରୀକ୍ଷା ବାତିଲ ନେଇ ଗତକାଲି ଶତାଧିକ ଛାତ୍ର ନବୀନ ନିବାସ ସାମ୍ନାରେ ବିକ୍ଷୋଭ କରିଥିଲେ  । କୋଭିଡ ଯୋଗୁଁ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି ଜଣାଇଥିଲେ ମାଟ୍ରିକ ଛାତ୍ରଛାତ୍ରୀ  । ନବୀନ ନିବାସ ସମ୍ମୁଖରେ ରାଜଧାନୀର ୧୫ଟି ସ୍କୁଲର ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ଦାବି ଜଣାଇଥିଲେ  । ପରୀକ୍ଷା ସ୍ଥଗିତ ନୁହେଁ ବାତିଲ କରାଯାଉ ବୋଲି କହିଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ  ।

 

Leave a Reply