ଓଡ଼ିଶାରେ ଦ୍ରୁତଗତିରେ ହ୍ରାସ ପାଉଛି ବେକାରୀ, ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaLowestUnemployment
2 min readଭୁବନେଶ୍ୱର: ରାଜ୍ୟରେ ହ୍ରାସ୍ ପାଉଛି ବେକାରୀଙ୍କ ସଂଖ୍ୟା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ମାର୍ଚ୍ଚ ମାସରେ ବେକାରୀ ହାର ୭.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର ୧ ପ୍ରତିଶତ । ସମଗ୍ର ଦେଶରେ ଓଡ଼ିଶା ବେକାରୀ ହାର ହ୍ରାସରେ ଶୀର୍ଷରେ ରହିଛି । ଦେଶର ସବୁ ବିକଶିତ ଏବଂ ପ୍ରଭାବଶାଳୀ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସରକାର ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।
ଫେବ୍ରୁଆରୀ ମାସ ତଥ୍ୟ ଅନୁଯାୟୀ, ରାଜସ୍ଥାନରେ ବେକାରୀ ହାର ସମଗ୍ର ଦେଶରେ ସର୍ବାଧିକ । ରାଜସ୍ଥାନରେ ବେକାରୀ ହାର ୩୨.୩ ପ୍ରତିଶତ ରହିଥିବା ବେଳେ ତା ତଳକୁ ରହିଛି ବିଜେପି ଶାସିତ ହରିୟାଣା । ହରିୟାଣାରେ ୩୧ ପ୍ରତିଶତ, ଝାଡ଼ଖଣ୍ଡରେ ୧୫ ପ୍ରତିଶତ, ବିହାରରେ ୧୪ ପ୍ରତିଶତ, ଗୋଆରେ ୧୨ ପ୍ରତିଶତ, ଆସାମରେ ୧୦.୨ ପ୍ରତିଶତ ରହିଛି ।
As Odisha records the lowest unemployment rate of just 1% as per the latest @_CMIE, I thank Hon’ble CM @naveen_odisha for always leading from the front & steering our state out of difficult times. We are extremely fortunate to have him at the helm. #OdishaLowestUnemployment pic.twitter.com/IkEaX7FX9r
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 23, 2022
ଦ୍ରୁତଗତିରେ ଓଡ଼ିଶାରୁ ବେକାରୀ ହ୍ରାସ ପାଉଥିବାରୁ ସମଗ୍ର ଦେଶରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯାଇଛି । ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaLowestUnemployment । ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ସବୁ ବର୍ଗର ଲୋକ ଏପରିକି ମହିଳାଙ୍କ ପାଇଁ ସୃଷ୍ଟି ହୋଇଥିବା ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ବେକାରୀ ସଂଖ୍ୟାକୁ ୧ ପ୍ରତିଶତକୁ ହ୍ରାସ କରିପାରିଛି ।
Hon’ble CM @naveen_odisha Sir’s Odisha model is a true reflection to his vision of bringing massive investments in the Industries across all the sectors, create an attractive investment climate leading to job creation at all levels. Thank you CM Sir. ?? #OdishaLowestUnemployment pic.twitter.com/Dz6gdoiR1J
— Sarmistha Sethi (@SarmisthaSethi) March 23, 2022
ଏଥିସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଗାଁର ମହିଳାମାନେ ବି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ନିଯୁକ୍ତି ସୁଯୋଗ ସୃଷ୍ଟିରେ ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ଭଳି ରାଜ୍ୟମାନେ ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି ।