ଚାକିରିରୁ ନିଲମ୍ବିତ ହେଲେ କଂସ, ମହାପ୍ରୟାଣ ଗାଡ଼ି ପାଇଁ ମାଗୁଥିଲେ ଲାଞ୍ଚ

ବରଗଡ଼ : ଚାକିରିରୁ ନିଲମ୍ବିତ ହେଲେ ହୃଷିକେଶ ଭୋଇ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହାପ୍ରୟାଣ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ହୃଷିକେଶ । ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ କଂସ ଭୂମିକାରେ ଅଭିନୟ କରନ୍ତି ହୃଷିକେଶ ଭୋଇ । ଗାଇସିଲେଟ ବ୍ଲକ ବଡ଼ ସାହାଜବାହାଲ ଗ୍ରାମର ମୃତ ପ୍ରହଲ୍ଲାଦ ସାହୁଙ୍କ ପରିବାର ଲୋକଙ୍କ ଠାରୁ ୩ ହଜାର ଟଙ୍କା ହୃଷିକେଶ ଭୋଇ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ଭଟଲି ଥାନାରେ ହୃଷିକେଶ ଭୋଇଙ୍କ ନାମରେ ମାମଲା ରୁଜୁ କରାଇବା ସହିତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବରଗଡ଼ ସିଡିଏମଓ ନିରୁପମା ଷଡ଼ଙ୍ଗୀ । ଏ ଘଟଣାରେ ସଂପର୍କରେ ପୂର୍ବରୁ ନନ୍ଦିଘୋଷ ଟିଭିରେ ବାରମ୍ଵାର ଖବର ପ୍ରସାରଣ କରାଯାଇଥିଲା।