ଟ୍ୟାଙ୍କର ଅଛି ପାଇପ୍‌ ବି ଅଛି, ତଥାପି ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

Water Tank

ଭୁବନେଶ୍ୱର: ଗ୍ରୀଷ୍ମ ନୁହେଁ, ବର୍ଷାରେ ବି ଜଳ କଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଦିନରେ ବି ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟା । ଗ୍ରାମାଂଚଳର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ହେଲେ ସବୁ ଯୋଜନା ଯେମିତି କେବଳ କାଗଜ କଲମରେ ଅଟକି ଯାଇଛି । ସ୍ଥାନୀୟ ପ୍ରଶାସନ ଯେମିତି ସ୍ଥାଣୁ ପାଲଟିଯାଇଛି । ଆଉ ଶ୍ରାବଣ ମାସରେ ବି ଲୋକଙ୍କୁ ଘାରିଛି ପାନୀୟ ଜଳର ଚିନ୍ତା ।

Water Tank

ଟୋପାଏ ପିଇବା ପାଣି ପାଇଁ ଚାଲିବାକୁ ପଡ଼ୁଛି ଅନେକ ବାଟ । ପୁଣି ଗୋଟିଏ ସ୍ଥାନରୁ ପାଣି ଆଣିବା ପାଇଁ ଏକାଠି ହେଲେ, ରହୁଛି କରୋନା ସଂକ୍ରମଣର ଭୟ । ଏମିତିକି କରୋନା ଭୟ ଦେଖାଇ ତଡ଼ି ଦେଉଛନ୍ତି ସ୍ଥାନୀୟ ଲୋକ । ଏଭଳି ପରିସ୍ଥିତିରେ ପିଇବା ପାଣି ଟୋପାଏ ପାଇଁ, ଖୋର୍ଦ୍ଧା ଟାଙ୍ଗୀ ପଂଚାୟତର ପଣସପୁରରେ ଡହଳ ବିକଳ ହେଉଛନ୍ତି ଲୋକ ।

Water Tank

ଏହି ଗାଁରେ ପୂର୍ବରୁ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପାଇପ୍ ଯୋଗେ ପାଣି ଦିଆଯାଉଥିଲା । ହେଲେ ତାହା ଏବେ ଅଚଳ ହୋଇପଡ଼ିଛି । ପଂଚାୟତ ପକ୍ଷରୁ ୧୦୦୦ ଲିଟର ଓଭର ହେଡ୍‌ ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କମରେ ଆସୁନି । କିନ୍ତୁ ପୂର୍ବରୁ ଏହା ଦ୍ୱାରା ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଥିଲା । ଯାହା ଗତ ମାସେ ହେଲା ବନ୍ଦ ହୋଇ ପଡିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନାହାନ୍ତି ଆଉ ସମସ୍ୟା ଯଥା ପୂର୍ବଂ ତଥା ପରଂ ରହିଛି । ତୁରନ୍ତ ପାଣି ସମସ୍ୟା ସମାଧାନ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Leave a Reply