୫ ବଷର୍ର ଶିଶୁକୁ ଝୁଣି ଖାଇଲେ କୁକୁର

କଳାହାଣ୍ଡି: ୫ ବଷର୍ର ଶିଶୁକୁ ଝୁଣି ଖାଇଲେ କୁକୁର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଖୁଣ୍ଟିଆ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଗରୁତର ଭାବେ ଶିଶୁଟିର ମୃତ୍ୟୁ ହୋଇଛି । ମୃତକ ଶିଶୁଟି ହେଉଛି ଖୁଣ୍ଟିଆ ଗାଁର ଲାଷ୍ମୀଧର ଧରୁଆଙ୍କ ୫ ବର୍ଷର ପୁଅ ବସନ୍ତ ଧାରୁଆ ବୋଲି ଜଣାପଡିଛି ।

ଶିଶୁଟି ଘର ପାଖ ପୋଖରୀ ପାଖରେ ଖେଳିବାକୁ ଯାଇଥିବା ସମୟରେ ପଲେ କୁକୁର ତାକୁ କାମୁଡିଥିଲେ । ବାଟରେ ଯାଉଥିବା କିଛି ସ୍ଥାନୀୟ ଲୋକ ଶିଶୁ ବସନ୍ତକୁ କୁକୁରମାନଙ୍କ ହାବୁଡ଼ରୁ ଉଦ୍ଧାର କରିଥିଲେ ।  ଶିଶୁଟିକୁ ଗୁରୁତର ଭାବେ ପ୍ରଥମେ ଧର୍ମଗଡ଼ ପରେ ଭବାନୀ ପାଟଣା ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

khuntia

ଶିଶୁର ଆକସ୍ମିକ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।  ଖୁଣ୍ଟିଆ ସରପଞ୍ଚ ଧର୍ମବ୍ରତ ପଣ୍ଡା ଶିଶୁ ପରିବାରକୁ ସାନ୍ତ୍ୱନା ଦେବା ସହ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ଦେଇଛନ୍ତି । ଉକ୍ତ ଅଞ୍ଚଳରେ ଶୁକ୍ରବାର ୫ ଜଣକୁ ପାଗଳ କୁକୁର କାମୁଡି ଥିବା ମଧ୍ୟ ସୂଚନା ରହିଛି ।

Leave a Reply