ଏପ୍ରିଲ ପାଇଁ ଗାଇଡଲାଇନ୍; ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ

1 min read

ନୂଆଦିଲ୍ଲୀ: ଆଜିଠୁ ଏପ୍ରିଲ ମାସର ନୂଆ କରୋନା ଗାଇଡଲାଇନ୍ ଲାଗୁ। ଏସଆରସି ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ଜିଲ୍ଲା ଓ ପୌରାଞ୍ଚଳସ୍ତରରେ ହେବ ମାଇକ୍ରୋ କଣ୍ଟେନମେଣ୍ଟ । କେନ୍ଦ୍ରୀୟ ଓ ରାଜ୍ୟ ଗାଇଡଲାଇନ୍ ଆଧାରରେ କଣ୍ଟେନମେଣ୍ଟ ଜୋନ୍ କରାଯିବ। କଣ୍ଟେନମେଣ୍ଟ ନେଇ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ନିଷ୍ପତ୍ତି ନେବେ।

ସେପଟେ RT-PCR ଟେଷ୍ଟ ବଢ଼ିବ। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସମ୍ବେଦନଶୀଳ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯିବ। ତେବେ କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ କାର୍ଯ୍ୟକୁ ଅନୁମତି ଦିଆଯିବ । ଘରକୁ ଘର ସର୍ଭେଲାନ୍ସ କରାଯିବ । ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଏକତ୍ରୀକରଣ ଉପରେ କଟକଣା ଲଗାଯାଇଛି । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ହୋଇପାରିବ କାର୍ଯ୍ୟକ୍ରମ । ତେବେ ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ସଭାକୁ ଅନୁମତି ଦିଆଯିବ । ଖୋଲା ମୈଦାନରେ ସଭା ପାଇଁ ଅନୁମତି ଦେବ ଜିଲ୍ଲା ପ୍ରଶାସନ । ସ୍କୁଲ ଓ ହଷ୍ଟେଲ ଖୋଲିବା ନେଇ ବିଭାଗ ନିଷ୍ପତ୍ତି ନେବ । ତେବେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସରକାରଙ୍କ ଅନୁମତି ଆବଶ୍ୟକ।

Leave a Reply