ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା

ଭୁବନେଶ୍ୱର : ଅକ୍ଟୋବର ୨୯, ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା । ବିପର୍ଯ୍ୟୟ ସମୟରେ ମିଶନ ଜିରୋ କାଜୁଆଲଟିରେ କାମ କରୁଛନ୍ତି ଓଡ଼ିଶା ସରକାର । ପ୍ରତି ବର୍ଷ ଅକ୍ଟୋବର ୨୯କୁ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଉଛି । ଏବର୍ଷର ଥିମ୍‌ ରହିଛି, ‘ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ପ୍ରତି ଗାଁକୁ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରସ୍ତୁତ କରାଯିବ । ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଏସଆରସି ସତ୍ୟବ୍ରତ ସାହୁ, ଓସଡମା ଏମଡି ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ ।

ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି । ପ୍ରତି ଗାଁକୁ କରାଯିବ ପ୍ରସ୍ତୁତ, ବିପର୍ଯ୍ୟୟ ପ୍ରଶମନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା । ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା ।  ମିଶନ ଜିରୋ କାଜୁଆଲଟିରେ କାମ କରୁଛି ରାଜ୍ୟ ।