ନୂଆବର୍ଷରେ ଫେରିଲା କଟକଣା, ଭୋଜିଭାତ-ପିକନିକ୍ ମନା
ଭୁବନେଶ୍ୱର: ନୂଆବର୍ଷରେ ଫେରିଲା କରୋନା କଟକଣା । ଜାନୁଆରୀ ୧ ତାରିଖରୁ ଫେବ୍ରୀଆରୀ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ କୋଭଡ଼ ନିର୍ଦ୍ଦେଶାବଳୀ ଅନୁପାଳନ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ, ରାତି ୧୦ଟାରୁ ଭୋର ୫ଟା ଯାଏ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ଭୋର ୫ଟାରରୁ ରାତି ୧୦ ଯାଏ ଦୋକାନ ବଜାର ଖୋଲା ରହିବ । ସମସ୍ତ ସାମାଜିକ ଓ ଧାର୍ମିକ ସମ୍ମିଳନୀ ଉପରେ ରୋକ୍ । ସେହିପରି୧୦୦ ଲୋକଙ୍କ ମଧ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ସୀମିତ ରହିବ ।
ସେହିପରି ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା, ପାର୍କ, ନେଚରକ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଆଦି ନିଷେଧ ରହିବ । କେବଳ ସରକାରୀ ଅନୁମୋଦିତ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ରହିଛି । ଶିକ୍ଷା ଅନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନର ବାର୍ଷିକତ୍ସୋବ ମନା, ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ଅଡିଟୋରିୟମ ଓ ସମ୍ମିଳନୀ କକ୍ଷ । ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ସିନେମା ହଲ୍ । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ଚାଲିପାରିବ ଖୋଲା ମଞ୍ଚ ଓ ଯାତ୍ରା । ସେପଟେ ୨୫୦ ଲୋକଙ୍କୁ ନେଇ ହୋଇପାରିବ ବିବାହ, ବ୍ରତଘର ଓ ଦଶାହ କାର୍ଯ୍ୟ ହେବା ନେଇ ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି ।