ଦିନକୁ ଦିନ ଉପରମୁହାଁ ପାରଦ; ଦିନ ୨ଟା ୩୦ ସୁଦ୍ଧା ଝାରସୁଗଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ଖରା ବଢାଇ ଲାଣି ଟେନସନ୍ । ଦିନକୁ ଦିନ ଉପରମୁହାଁ ପାରଦ । ମୁଣ୍ଡ ଫଟା ଖରାରେ ହନ୍ତସନ୍ତ ଲୋକେ। ଦିନ ଦୁଇଟା ୩୦ ସୁଦ୍ଧା ଝାରସୁଗଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ୪୧.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । ୩୯.୮ ଡ଼ିଗ୍ରୀ ସହ ରାଉରକେଲା ଦ୍ବିତୀୟରେ ରହିଛି । ସେହିଭଳି ହୀରାକୁଦ ୩୮.୪ ଡ଼ିଗ୍ରୀ, କେନ୍ଦୁଝର ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି ୩୭.୪ ଡ଼ିଗ୍ରୀ ପାରଦ ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଅକଳନ କରାଯାଉଛି  । ସେପଟେ ପାଞ୍ଚ ଜିଲାରେ ଅଧିକ ଖରା ସହିତ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର  । ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଲପୁର , ସୋନପୁର ଓ ବୌଦ୍ଧ କୁ ରେଡ୍ ଓ୍ବାର୍ଣ୍ଣିଂରେ ଥିବା ବେଳେ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି  । ଏହା ଛଡା ରାଜ୍ୟର ଆଉ ୧୫ଟି ଜିଲା ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କେନ୍ଦ୍ରାପଡା, ପୁରୀ,ଗଞ୍ଜାମ ଆଦି ଜିଲ୍ଲାକୁ ଏଲୋ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।