କେନ୍ଦ୍ର ଦେଉନି ଅର୍ଥ, ବାକିରେ ଚାଲିଛି ମଧ୍ୟାହ୍ନ ଭୋଜନ; ରାଜ୍ୟ ସରକାର ଦେବେ ବକେୟା ଟଙ୍କା

1 min read

ଭୁବନେଶ୍ୱର: ୫ମାସ ହେଲା ବାକିରେ ଚାଲିଛି ଏମଡିଏମ୍‌ । ଆଜି ବିଭିନ୍ନ ଆକାଉଣ୍ଟକୁ ଯିବ ବକେୟା ଟଙ୍କା । ଦୂର ହେବ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ସମସ୍ୟା । ସୁରୁଖୁରୁରେ ଚାଲିବ ମଧ୍ୟାହ୍ନ ଭୋଜନ । ଏପ୍ରିଲରୁ ବକେୟା ଥିବା ଅର୍ଥ ଆଜି ବିଭିନ୍ନ ଆକାଉଣ୍ଟକୁ ଯିବ। ୫ମାସ ହେଲା ଶିକ୍ଷକଙ୍କୁ ମିଳିନଥିଲା ଟଙ୍କା । ମଧ୍ୟାହ୍ନ ଭୋଜନ ବାବଦକୁ ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବେ । ପିଏଫଏମଏସ ବାହାନା କରି କେନ୍ଦ୍ର ସରକାର ଏ ବାବଦ ଅର୍ଥ ଦେଉନଥିବାରୁ ପ୍ରଥମ କ୍ୱାର୍ଟରର ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନେଇ ସରକାରୀ ସ୍ତରରେ ସବୁ ପ୍ରକ୍ରିୟା ସରିଛି । ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦-୪୦ ଅନୁପାତ ଅନୁଦାନରେ ପରିଚାଳିତ ହେଉଛି । ହେଲେ ଚଳିତ ଆର୍ଥିକ ବର୍ଷରୁ କେନ୍ଦ୍ର ଅର୍ଥ ଦେଉନଥିବାରେ ବାକିରେ ଚାଲିଛି । ଶିକ୍ଷକ ମାନେ ନିଜ ପକେଟରୁ ଏବାବଦ ଅର୍ଥ ଭରଣା କରୁଛନ୍ତି।