ରୋଗୀଙ୍କୁ ଫେରାଇ ପାରିବେନି ଘରୋଇ ଡାକ୍ତରଖାନା, ଟ୍ୱିଇଟ୍ କରି ଚେତାଇ ଦେଲେ ମୁଖ୍ୟ ଶାସନ ସଚିବ
1 min readରୋଗୀଙ୍କୁ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ଫେରାଇ ଦେବା ଘଟଣାରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଇଟ୍ କରି ଏହି ଚେତାବନୀ ଦେଇଛନ୍ତି । ରୋଗୀଙ୍କୁ ଚିକିତ୍ସା୍ ନକରି ଫେରାଇଦେବା ଅନୈତିକ ଓ ବେଆଇନ । ଅଭିଯୋଗକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି । ହଟ୍ସ୍ପଟ୍ ଜିଲ୍ଲା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଓ କ୍ଲିନି୍କ୍ ଫେରାଇ ଦେଉଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
Patients needing medicare at hospitals/clinics need urgent attention. Instances have come of some pvt hospitals reluctant in admitting patients from hotspots districts It’s ethically wrong and illegal. Be informed Govt action against wrongdoers will be serious .@IPR_Odisha
— ChiefSecyOdisha (@SecyChief) July 18, 2020
ଅନ୍ୟପକ୍ଷରେ ସେହିପରି କଟକର ବିଭିନ୍ନ ସରକାରୀ ହସ୍ପିଟାଲରେ କରୋନା ସଂକ୍ରମଣ ରୋକିବାକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟର ବା ଏସ୍ଓପି ଲାଗୁ ହେବ । ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଓ ଶିଶୁଭବନରେ ଏସ୍ଓପି ଲାଗୁ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ପରିଚୟ ପତ୍ର ଦିଆଯିବ । ବିନା ପରିଚୟପତ୍ରରେ କାହାରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ରୋଗୀଙ୍କୁ ଆତ୍ମୀୟ ଭେଟିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ଆଟେଣ୍ଡାଣ୍ଟଙ୍କ ସଂଖ୍ୟା କମ୍ କରିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ । ରୋଗୀ ଓ ଆଟେଣ୍ଡାଣ୍ଟଙ୍କର ଆଣ୍ଡିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।