ବନ୍ୟା କ୍ଷୟକ୍ଷତି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ, ଖୁବ ଶୀଘ୍ର ଦିଆଯିବ ସହାୟତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ୟା କ୍ଷୟକ୍ଷତି ବାବଦ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ରିଲିଫ୍ କୋଡ୍‌ ଅନୁସାରେ ରାଜ୍ୟ ସରକାର ସହାୟତା ରାଶି ଯୋଗାଇ ଦେବେ। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ଗତ ବନ୍ୟାରେ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟାରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ୫ ଜିଲ୍ଲା । ତେବେ ସମସ୍ତ ପ୍ରଭାବିତଙ୍କୁ ସାହାୟତା ଯୋଗାଇଦିଆୟିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।