ବନ୍ୟା ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ୧୫ ଜଣିଆ ଟିମ୍

ଗୋପ: ବନ୍ୟା ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ୧୫ ଜଣିଆ ଟିମ୍ । ପୁରୀ ଜିଲ୍ଲା ଗୋପ ବ୍ଲକର କ୍ଷତିଗ୍ରସ୍ତ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି 15ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ୯ଟି ପଞ୍ଚାୟତର ରାସ୍ତାଘାଟ, ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ବିଦ୍ୟାଳୟ, ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ, ଜଳସେଚନ ବ୍ୟବସ୍ଥା ସହ ଖଣ୍ଡିଆକୁଦ ଠାରେ କୁଶଭଦ୍ରା ନଦୀରେ ସୃଷ୍ଟି ହୋଇଥିବା ଘାଇ ସ୍ଥାନକୁ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ଧନୁଆ ନଦୀରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରତିନିଧି ଦଳ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଗୋପ ବିଡ଼ିଓ କହିଛନ୍ତି । ଗୋପରେ ବନ୍ୟା ପ୍ରାୟ ୨୦ ରୁ ଅଧିକ ପଞ୍ଚାୟତକୁ କ୍ଷତି ପହଁଚାଇଥିଲା  । ଧନ ଜୀବନ ବିପନ୍ନ ହୋଇ ପଡିଥିଲା  । ଦୁଇ ସପ୍ତାହ ଧରି ପାଣି ଗେରରେ ରହିଥିଲେ ଲୋକେ  । ହେକ୍ଟର ହେକ୍ଟର ଚାଷ ଜମି ପାଣି ଘେରରେ ରହିଥିଲା  । ଏହାର ପ୍ରମୁଖ କାରଣ ରହିଥିଲା ଧନୁଆଁ ନଦୀର ବନ୍ୟା  ।