ଉପକୂଳରେ ନିୟୋଜିତ ହେବେ ରେସ୍କ୍ୟୁ ଟିମ୍, କୃଷି ବିଭାଗ ସହ ସରକାରଙ୍କ ଆଲୋଚନା

1 min read

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ  । ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ପ୍ରଦାନ କରିଛନ୍ତି  ଆସନ୍ତାକାଲି ଅବପାତର ରୂପ ନେବ ଲଘୁଚାପ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପକୂଳ ଆଡ଼କୁ ମୁହାଁଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୦ତାରିଖ ସୁଦ୍ଧା କେନ୍ଦ୍ରୀଭୂତ ହେବ । ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ଯଦି କରିବ, କେଉଁଠି ଲ୍ୟାଣ୍ଡଫଲ କରିବ । ଅବପାତ ରୂପ ନେବା ପରେ IMD ସ୍ପଷ୍ଟ ଚିତ୍ର ଜାରି କରିବ ବୋଲି କହିଛନ୍ତି ଏସଆରସି ।

ଏପଟେ ସମ୍ଭାବ୍ୟ ବାତ୍ୟା ନେଇ କୃଷି ବିଭାଗ ସହ ଆଲୋଚନା ହୋଇଛି । ଖାଦ୍ୟ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେବେ । ଏପଟେ ଆଜି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ସେମାନେ ସବୁ ସ୍ଥିତି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଟେଲିକମ୍‌ ବିଭାଗର ଅଧିକାରୀ ଏବଂ ଅପରେଟରଙ୍କ ସହ ଆଲୋଚନା ହୋଇଛି । ମୋବାଇଲ୍‌ ଟାଓ୍ୱାର ଭାଙ୍ଗିଗଲେ ବି ଲୋକେ ଯେମିତି ହଇରାଣ ନହେବେ ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଓ଼ଡ୍ରାଫ ଟିମ୍‌ ଓ ଏନଡିଆରଏଫ ଟି୍ମ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।