spot_img

Latest Posts

ଓଡ଼ିଶା କଂସା ଓ ପିତ୍ତଳ କାମକୁ ଜିଆଇ ମାନ୍ୟତା ପାଇଁ ଆବେଦନ

ଭୁବନେଶ୍ୱର: ଓଡ଼ିଶା କଂସା ଓ ପିତ୍ତଳ କାମକୁ ଜିଆଇ ମାନ୍ୟତା ପାଇଁ ଆବେଦନ ହୋଇଛି । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଉତ୍କଳିକା ମାଧ୍ୟମରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇଛି । ଏଥିପାଇଁ ୨୮ଟି ଜିଲ୍ଲାରୁ କଂସା ଓ ପିତ୍ତଳ ହସ୍ତଶିଳ୍ପ ଉତ୍ପାଦନ ପ୍ରଣାଳୀ ଓ ସାମଗ୍ରୀ ଗୁଡିକର ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି। ପୂର୍ବରୁ କୋଣାର୍କ ପଥର ଖୋଦେଇ, ପିପିଲି ଚାନ୍ଦୁଆ ଓ ଓଡ଼ିଶା ପଟ୍ଟଚିତ୍ରର ଭୌଗଳିକ ସୂଚନାକାଙ୍କ ପଞ୍ଜୀକରଣ କରାଯାଇଛି ।

ଏହା ବ୍ୟତୀତ କଟକ ଚାନ୍ଦି ତାରକସୀ ଓ ଓଡ଼ିଶା କାଇଁଚ କାମ ହସ୍ତଶିଳ୍ପର ପଞ୍ଜୀକରଣ ନିମନ୍ତେ ଆବଦନ କରାଯାଇଛି। ଏହା ଏବେ ଚେନ୍ନାଇ ସ୍ଥିତ ଭୌଗଳିକ ସୂଚକାଙ୍କ ରେଜିଷ୍ଟେସନ ପାଇଁ ବିଚାରାଧିନ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ବେଲଗୁଣ୍ଠାର ପିତ୍ତଳ ମାଛ, ବରପାଲିର ଟେରାକୋଟା, ଛାତ ଟାଇଲ୍, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଲା ଜରାଳର ନଡ଼ାକାମ, ବାଲେଶ୍ୱରର ଲାଖ କଣ୍ଢେଇ, ଓଡ଼ିଶା ଢୋକରା କାଷ୍ଟିଙ୍ଗ, ନୀଳଗିରିର ପଥରକାମ ଓ ପଥର ବାସନ, ବଲାଙ୍ଗୀର ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣ୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଂଗକାମ, ନବରଙ୍ଗପୁରର ଲାଖପେଡ଼ି ଓ ପୁରୀର ତାଳପତ୍ର ପୋଥିଚିତ୍ର ପରି ହସ୍ତଶିଳ୍ପକୁ ଜିଆଇ ମାନ୍ୟତା ଆବେଦନ ପାଇଁ ପଦକ୍ଷେପ ନିଆଯାଉଥିବା ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନ ଦିଆଯାଇଛି ।

Latest Posts

Don't Miss