ଆହୁରି ତିନି ମାସ ୫ କେଜି ମାଗଣା ଚାଉଳ, ୯ ଲକ୍ଷ ହିତାଧିକାରୀ ଉପକୃତ

1 min read

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୩ ମାସ ରାଜ୍ୟ ସରକାର ମାଗଣାରେ ଯୋଗାଇବେ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଦ୍ବାରା ୨ ଲକ୍ଷ ୯୨ ହଜାର ପରିବାରର ୯ ଲକ୍ଷ ୫ ହଜାର ହିତାଧିକାରୀ ଉପକୃତ ହେବେ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ତିନି ମାସ ପାଇଁ ରାଜ୍ୟ ହିତାଧିକାରୀମାନଙ୍କୁ NFSA ହିତାଧିକାରୀମାନଙ୍କ ପରି ମୁଣ୍ଡପିଚ୍ଛା ମାସକୁ ୫ କେଜି ଲେଖାଏଁ ଅତିରିକ୍ତ ଚାଉଳ ମାଗଣାରେ ମିଳିବ ।

ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩ ହଜାର ୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇବେ ।