spot_img

Latest Posts

ପାକିସ୍ତାନୀ ପ୍ରେମୀ ପାଇଁ ସୀମାରେ ଧରା ପଡ଼ିଲେ ଓଡ଼ିଆ ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଓଡ଼ିଶାର ମହିଳାଙ୍କୁ ପକିସ୍ତାନୀ ପୁଅ ସହ ହେଲା ପ୍ରେମ । ସେ ପାକିସ୍ତାନୀ ଯୁବକଙ୍କୁ ଏତେ ପ୍ରେମ କରି ବସିଲେ ଯେ ନିଜ ସ୍ୱାମୀ ଓ ପିଲାକୁ ଛାଡ଼ି ବାହାରିଥିଲେ ପାକିସ୍ତାନ ଯିବାକୁ । ଆଉ ପହଞ୍ଚିଥିଲେ ପଞ୍ଜାବର ଡେରା ବାବା ନାନକ କରତାରପୁର କରିଡରରେ। ହେଲେ ଏଥିରେ ସଫଳ ହୋଇପାରିଲେ ନାହିଁ।
ବର୍ଡରରେ ମହିଳା ଜଣଙ୍କୁ ଦେଖି ବିଏସଏଫ ଯବାନଙ୍କର ସନ୍ଦେହ ହୋଇଥିଲା ଓ ସେମାନେ ତାଙ୍କୁ ଧରି ଡେରା ବାବା ନାନକ ପୋଲିସକୁ ହସ୍ତାନ୍ତର କରିଥିଲେ। ତେବେ ଡିଏସପି କମଲପ୍ରୀତଙ୍କ ମୁତାବକ ମହିଳା ଜଣଙ୍କୁ ୨୫ ବର୍ଷ ଓ ତାଙ୍କର ୬ ବର୍ଷ ପୂର୍ବେ ବିବାହ ହୋଇସାରିଛି। ତାଙ୍କର ଏକ ୬ ବର୍ଷିୟା ଝିଅ ମଧ୍ୟ ଅଛି।  ପୋଲିସ ଦେଇଥିବା ସୂଚନା ମୁତାବକ ମହିଳା ଜଣକ ୨ ବର୍ଷ ପୂର୍ବେ ‘ଆଜାଦ’ ନାମକ ଏକ ଆପ୍ ଡାଉନଲୋଡ କରିଥିଲେ। ଆଉ ଏହି ଆପରେ ମହମ୍ମଦ ମାନ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଆଉ ତାଙ୍କ ସହ ସେ ଚ୍ୟାଟିଂ କରିବା ଆରମ୍ଭ କରିଥିଲେ । ତେବେ ଧୀରେ ଧୀରେ ଉଭୟଙ୍କୁ ପରସ୍ପର ସହ ପ୍ରେମ ହୋଇଯାଇଥିଲା । ଯାହାପରେ ମହମ୍ମଦ ତାଙ୍କୁ କରତାରପୁର ସାହେବ କରିଡର ରାସ୍ତାରେ ପାକିସ୍ତାନ ଆସିବାକୁ କହିଥିଲେ । ଯେଉଁଥିରେ କି ମହିଳା ଜଣକ ରାଜି ହୋଇଯାଇଥିଲେ।

ସୂଚନାମୁତାବକ ମହିଳା ଜଣକ ୫ ଏପ୍ରିଲରେ ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ । ସେଠୁ ବସରେ ଅମୃତସରରେ ପହଞ୍ଚିଥିଲେ ଓ ସେଠି ଏକ ଗୁରୁଦ୍ୱାରାରେ ରାତି କଟାଇବା ପରେ ଏପ୍ରିଲ ୬ରେ ସେ ଅଟୋ ଯୋଗେ  ଡେରା ବାବା ନାନକରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିଏସଫ ଯବାନ କହିଥିଲେ ଯେ କରୋନା ପାଇଁ କରତାରପୁର କରିଡର ବନ୍ଦ ଅଛି ଓ ବିନା ପାସପୋର୍ଟରେ ସେ ପାକିସ୍ତାନ ଯାଇପାରିବେ ନାହିଁ। ଏହାପରେ ବିଏସଏଫ୍ ମହିଳାଙ୍କୁ ଡେରା ବାବା ନାନକ ପୋଲିସକୁ ହସ୍ତାନ୍ତର କରିଦେଇଥିଲା।

ତେବେ ପଚରାଉଚରା କରିବାପରେ ଜଣାପଡ଼ିଥିଲା ଯେ ମହିଳା ଜଣକ ସାଥି୍ରେ ୬୦ ଗ୍ରାମର ସୁନା ଗହଣା ପାକିସ୍ତାନ ନେଇଯିବାକୁ ଆଣିଥିଲେ। ଏହାପରେ ପଞ୍ଜାବ ପୋଲିସ ଓଡ଼ିଶାରେ ମହିଳାଙ୍କ ଅଞ୍ଚଳର ଥାନା ସହ ସମ୍ପର୍କ କରିଥିଲେ। ସେଠାରୁ ଜଣାପଡ଼ିଥିଲେ ଯେ ମହିଳାଙ୍କ ସ୍ୱାମୀ ଥାନାରେ ତାଙ୍କ ନାଁରେ ଏକ ନିଖୋଜ ମାମଲା ଦାୟର କରିଥିଲେ। ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ୍ ମହିଳାଙ୍କ ପରିବାରକୁ ଡକାଇଥିଲା। ଏବଂ ମହିଳାଙ୍କୁ ହସ୍ତାନ୍ତର କରିଥିଲା। ତେବେ ଡେରା ବାବା ନାନକ ପୋଲିସର ଏହି ମହତ କାମକୁ ସବୁଆଡ଼େ ପ୍ରଶଂସା କରାଯାଉଛି।

 

Latest Posts

Don't Miss