କଂଗ୍ରେସରେ ଯୋଗ ଦେଲେ ଗମାଙ୍ଗ ପରିବାର

1 min read

ନୂଆଦିଲ୍ଲୀ : କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ଓ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହୋଇଛନ୍ତି  । ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ୍ ଏବଂ ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସମସ୍ତେ ଯୋଗଦେଇଛନ୍ତି । କଂଗ୍ରେସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି । ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ୨୦୨୩ ମସିହାରେ ବାପ-ପୁଅ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଥିଲେ । ଆଗାମୀ ନିର୍ବାଚନରେ ଓଡ଼ିଶାରୁ ଭାରତ ରାଷ୍ଟ୍ର ସମିତିରୁ ଲଢ଼ିବେ ବୋଲି ସପନ ଦେଇଥିଲେ। ହେଲେ ସେମିତି କିଛି ଦେଖିବାକୁ ମିଳିଲା ନାହିଁ। ଏବେ ଗମାଙ୍ଗ ପରିବାର ପୁଣି ଥିରେ କଂଗ୍ରେସକୁ ଫେରିଛନ୍ତି।