ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ବଡ଼ ଘୋଷଣା: ବିଦ୍ୟୁତ ଶୁଳ୍କ ଛାଡ଼ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ
1 min read
ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ଆମ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ମାନୁଫ୍ୟାକ୍ଚରିଙ୍ଗ ଶିଳ୍ପ (ଇ.ଏସ୍.ଡି.ଏମ୍) ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ପ୍ରସ୍ତୁତ କରାଯାଇଛି । ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଏହି ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧ ଅନୁସାରେ ଶିଳ୍ପ ଉପଯୋଗୀ ବାତାବରଣ, ଉତ୍ତମ ଭିତ୍ତିଭୂମି, ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ। ଇଲେକ୍ଟ୍ରୋନିକ୍ସ ଶିଳ୍ପର ଉନ୍ନତି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
ସେଗୁଡ଼ିକ ହେଲା : ପ୍ରଥମ ୧୦ଟି ନୂତନ ପୁଞ୍ଜିନିବେଶ ଏବଂ ସମ୍ପ୍ରସାରଣକୁ “ଉତ୍ପାଦନ ଭିରିକ ସହାୟତା (Product Linked Incentive)” ବାବଦରେ ବାର୍ଷିକ କାରବାରର ଏକ ପ୍ରତିଶତ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ ।
ଇସଡିମ ୟୁନିଟ୍ ଗୁଡିକୁ ସେମାନଙ୍କର ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ ।
ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ (Electricity Duty), Inspection Fee ୫ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ। ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ବିଲ୍ର ୩୦% ସର୍ବାଧିକ ଟ.୫୦,୦୦ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ।
ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଏବଂ ଦ୍ୱିତୀୟଥର ପାଇଁ ୫୦% ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦% ଯୋଗାଇ ଦିଆଯିବ।
ମହିଳା, ଅନୁସୂଚୀତ ଜାତି / ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ଲିଜ୍ରେ କରୁଥିବେ ସେମାନଙ୍କୁ ଅତିରିକ୍ତ ୨୫% ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ରିହାତି ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।
ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ଯେଉଁ ଉଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ।
ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ଓଡ଼ିଶାର ଲୋକମାନଙ୍କ ନିମନ୍ତେ ସର୍ବନିମ୍ନ ଟ. ୮୦୦୦ ରୁ ଟ. ୩୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ମହିଳା, ଅନୁସୂଚିତ ଜାତି / ଜନଜାତି, ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ଟ.୨୦୦୦ ପର୍ଯ୍ୟନ୍ତ ସାହାଯ୍ୟ ଯୋଗାଇ ଦେବେ ।
ଯେଉଁ ଇଲେକ୍ଟ୍ରୋନିକ୍ସ ଶିଳ୍ପଦ୍ୟୋଗୀମାନେ ଦୀର୍ଘ ମିଆଦି ସୂତ୍ରରେ ବ୍ୟାଙ୍କ / ଆର୍ଥିକ ସଂସ୍ଥାରୁ ଋଣକରି ଠିକ୍ ସମୟରେ ପରିଶୋଧ କରୁଥିବେ, ସେମାନଙ୍କ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୬ ବର୍ଷ ପର୍ଯ୍ୟନ୍ତ କରାଯିବ।
ସଫଳ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟୀକ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ SGST ଛାଡ଼ କରାଯିବ।
ଶିଳ୍ପ ଅନଗ୍ରସର ଅଞ୍ଚଳରେ ସ୍ଲାପକ କରୁଥିବା ପ୍ରଥମ ୫ଟି କମ୍ପାନୀକୁ ପ୍ରଥମ ୩ ବର୍ଷ ପାଇଁ ୧୦୦% ମ୍ୟୁନିସ୍ଲଟି ଟ୍ୟାକ୍ସ ଛାଡ଼ କରାଯିବ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସମ୍ପନ୍ନ କମିଟି ଗଠନ କରାଯାଇ ଏହି ପଲିସ୍ର କାର୍ଯ୍ୟାନ୍ଵୟନ ତଦାରଖ କରାଯିବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଓକାକ୍ ବିଭିନ୍ନ ପ୍ରକାର ଦୈନନ୍ଦିନ କାର୍ଯ୍ୟର ତଦାରଖ କରିବ ।
ଏହି ଯୋଜନା ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ କିମ୍ବା ସେହିଭଳି ଅନ୍ୟ ଯୋଜନା ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ମଞ୍ଜୁରୀ ମିଳିଛି ।