ରାଜ୍ୟରେ ସଂକ୍ରମିତ ସଂଖ୍ୟା ୬୨ହଜାର ପାର୍, ଗତ ୨୪ଘଣ୍ଟାରେ ଆଉ ୧୦ ମୁଣ୍ଡ ନେଲା କରୋନା

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢିବା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ରାଜ୍ୟରେ କରୋନା ନିୟନ୍ତ୍ରଣରେ ଆସିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ  ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ସୋମବାରର ସଂକ୍ରମଣ ଅନ୍ୟ ଦୁଇଦିନ ତୁଳନାରେ କମ ରହିଛି । ଗତ ୨୪ଘଣ୍ଟାରେ ୨୨୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢିଛି । ଗତକାଲି ୨୯୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨୪୪ ସଂକ୍ରମିତ । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କମଧ୍ୟରୁ ୧୩୯୦ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୮୫୪ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ସୋମବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୩୧୧ ଓ ଗଞ୍ଜାମରୁ ୨୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଅଧିକ ସଂକ୍ରମିତ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସୋମବାରରେ କଟକରୁ ୧୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪୨, ବରଗଡ଼ରୁ ୩୫, ଭଦ୍ରକରୁ ୧୦୪, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୪୯, ଢେଙ୍କାନାଳରୁ ୧୮, ଗଜପତିରୁ ୬, ଜଗତସିଂହପୁରରୁ ୧୬ , ଯାଜପୁରରୁ ୯୮, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୬୭ , କନ୍ଧମାଳରୁ ୧୨୧, କେନ୍ଦ୍ରାପଡ଼ାରୁ ୨୭ , କେନ୍ଦୁଝରରୁ ୧୩, କୋରାପୁଟ ୯୪, ମାଲକାନଗିରିରୁ ୯୮, ମୟୁରଭଞ୍ଜରୁ ୯୧, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୯, ପୁରୀରୁ ୬୮, ରାୟଗଡ଼ାରୁ ୧୬୦, ସମ୍ବଲପୁରରୁ ୩୫, ସୁନ୍ଦରଗଡ଼ରୁ ୧୩୬, ସୋନପୁରରୁ ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୨୨୪୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୫୯୦ ଓ ଲୋକାଲ କେସ ୮୫୪ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଛି । ଗତକାଲି କରୋନା ଜନିତ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୧୦ମୁଣ୍ଡ ନେଇଛି କରୋନା । ରାଜ୍ୟରେ ସୋମବାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୩ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪୨ ହଜାର ୨୭୬ ସୁସ୍ଥ ହୋଇଥିବା ବେଳେ ୧୯ ହଜାର ୬୧୨ଟି ସକ୍ରିୟ ମାମଲା ରହିଛି ।

Leave a Reply