spot_img

Latest Posts

ରାଜ୍ୟରେ ଆଉ ୬୦୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦୮ କରୋନା ଆକ୍ରାନ୍ତ । ଏହି ୬୦୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ୧୧୯୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ତେବେ ଏହି ୬୦୮ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୭୯ ଜଣ ରହିଥିବା ବେଳେ ଯାଜପୁରର ୮୪ ଜଣ, ଖୋର୍ଦ୍ଧାର ୫୦ ଜଣ, କଟକର ୪୨, କେଉଁଝରର ୨୩, ମାଲକାନଗିରିର ୨୧, ପୁରୀର ୨୧, ସୁନ୍ଦରଗଡ଼ର ୧୫, ମୟୂରଭଞ୍ଜର ୧୨, ବରଗଡ଼ର ୧୧, କୋରାପୁଟର ୯ ଜର ସୁସ୍ଥ ହୋଇଛନ୍ତି ।

https://twitter.com/HFWOdisha/status/1284473305391480832

ସେହିଭଳି କନ୍ଧମାଳର ୮, ଜଗତସିଂହପୁରର ୭ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ବାଲେଶ୍ୱର ଓ ନବରଙ୍ଗପୁରର ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଭଦ୍ରକର ୫ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିର ୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁରର ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଢ଼େଙ୍କାନାଳର ମଧ୍ୟ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

https://twitter.com/HFWOdisha/status/1284473307270492160

Latest Posts

Don't Miss