spot_img

Latest Posts

ରାଜ୍ୟରେ ପୁଣି ୫୨୭ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୫୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୫୨୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ୫୨୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଛି ।

ତେବେ ୫୨୭ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨୬ ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଦୁଇ ଜଣ, ବଲାଙ୍ଗିରରୁ ୨୧, କଟକରୁ ୧୭, ଢ଼େଙ୍କାନାଳରୁ ଜଣେ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୨୧୫ ଜଣ, ଜଗତସିଂହପୁରରୁ ୪, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୫୦, କୋରାପୁଟରୁ ୬, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୮, ନୂଆପଡ଼ାରୁ ୪, ପୁରୀରୁ ୧୬, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ଜଣେ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୬,୭୦୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୩,୦୮,୬୯୮ ଜଣଙ୍କ ସ୍ୱାବ୍‌ ଟେଷ୍ଟ କରାଯାଇଛି । ଅନ୍ୟପଟେ ଆଜି ମଧ୍ୟ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Latest Posts

Don't Miss