5T ସଚିବଙ୍କୁ କାଳିମାଡ଼ ଘଟଣାକୁ ସାରା ରାଜ୍ୟରେ ନିନ୍ଦା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

1 min read

ଭୁବନେଶ୍ୱର: 5T ସଚିବଙ୍କ ଉପରକୁ ବିଜେପି କର୍ମୀ ଭାସ୍କର ସାହୁ କାଳିମାଡ଼ କରିବା ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି । ପାଣ୍ଡିଆନ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ଏମିତି ଆଚରଣ ଆଦୌ ଠିକ୍‌ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଗ୍ରାଉଣ୍ଡକୁ ଯାଇଥିବା ବେଳେ ବିରୋଧୀଙ୍କ ଆଚରଣକୁ କଡ଼ା ନିନ୍ଦା କରାଯାଇଛି । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । 5T ସଚିବଙ୍କ ଉପରକୁ କାଳିମାଡ଼ ଘଟଣାରେ ରାଜ୍ୟ ସଚିବାଳୟ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ରାଜ୍ୟର ବିକାଶ ପାଇଁ ଫାଇଭ-ଟି ସଚିବ ଗ୍ରାଉଣ୍ଡରେ ଯାଇ କାମ କରୁଥିବା ବେଳେ ଏଭଳି ଆଚରଣ ଆଦୌ ସହ୍ୟ ନୁହେଁ । ବିକାଶମୁଖୀ କାମକୁ କିଛି ଲୋକ ସହିପାରୁନାହାନ୍ତି ବୋଲି ରାଜ୍ୟ ସଚିବାଳୟ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି । ଓଡ଼ିଶାକୁ ସଜାଡିବାକୁ ରାଜ୍ୟ ସରକାରଙ୍କ ଏ ପ୍ରୟାସକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବଙ୍କୁ ନିବେଦନ କରାଯାଇଛି । ସେହିପରି ଏସଏଚଜି ମହିଳା ମାନେ ମଧ୍ୟ ଏଭଳି କାଳିମାଡକୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ଆଜି ରାଜ୍ୟର ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି ।

ବିରୋଧୀଙ୍କର ଏଭଳି ଷଡଯନ୍ତ୍ର କଣ ପାଇଁ ବୋଲି ମାଆ ମାନେ ପ୍ରଶ୍ନ କରିଛନ୍ତି । ସେମାନେ କଣ ଚାହୁଁନାହାନ୍ତି ରାଜ୍ୟର ମହିଳାମାନେ ବିକଶିତ ହୁଅନ୍ତୁ । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ଘରର ମହିଳାମାନେ ଏସଏଚଜିରେ ସ୍ବାବଲମ୍ବି ହୋଇପାରିଛନ୍ତି । ୨୦୨୪ ନିର୍ବାଚନରେ ରାଜ୍ୟବାସୀ ଉଚିତ ଜବାବ ଦେବେ କହିଛନ୍ତି ଏସଏଚଜି ମହିଳା । ଯେଉଁମାନେ ପ୍ରଗତୀ ବିରୋଧୀ, ଯେଉଁମାନେ ଏ ରାଜ୍ୟର ବିକାଶ ଚାହୁଁନାହାନ୍ତି ସେମାନେ ଆଜି ଏଭଳି କାଣ୍ଡ କରିଛନ୍ତି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ବିଜେଡି ବିରୋଧୀ କରିଛି । ଏଥିସହ ଅନ୍ୟ ଦଳର ନେତାମାନେ କାଳିମାଡ଼କୁ ତିବ୍ର ନିନ୍ଦା କରିଛନ୍ତି ।