ବାତ୍ୟା ‘ଅମ୍ଫାନ୍’ ପ୍ରଭାବିତ ୪ ଜିଲ୍ଲା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅମ୍ଫାନ୍ ଚାଲିଯିବା ପରେ କେମିତି ଅଚି ପ୍ରଭାବିତ ୪ ଜିଲ୍ଲା । ପୁନରୁଦ୍ଧାର କାର୍ଯ୍ୟ କେମିତି ଚାଲିଛି, କେତେ ହୋଇଛି କ୍ଷୟକ୍ଷତି ? ଉତ୍ତର ଓଡ଼ିଶା ଉପକୂଳର ୪ ଜିଲ୍ଲାରେ ବାତ୍ୟା ଅମ୍ଫାନ୍ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ।

ବାତ୍ୟା ପ୍ରଭାବିତ ଉପକୂଳର ୪ ଜିଲ୍ଲା ଜଗତିସଂହପୁର, କେନ୍ଦ୍ରାପଡ଼ା, ଭଦ୍ରକଓ ବାଲେଶ୍ୱର ଜିଲ୍ଲା ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ବରିଷ୍ଠ ଅଧିକାରୀ ଥିଲେ । ଭୁବନେଶ୍ୱର ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଆଲୋଚନା କରିଛନ୍ତି ।

ନଷ୍ଟ ହୋଇଥିବା ଭିତ୍ତିଭୂମି ସଜାଡ଼ିବା ସହ ଯଥାସମ୍ଭବ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । କାଲି ସୁଦ୍ଧା ରାସ୍ତା ସଫା ସହ ଯୋଗାଯୋଗ ସ୍ୱାଭାବିକ ହେବ । ସେସୁ ଅଞ୍ଚଳରେ ୨୪ ଘଣ୍ଟା ଓ ନେସ୍କୋ ଅଞ୍ଚଳରେ ୭୨ ଘଣ୍ଟା ଭିତରେ ବିଦ୍ୟୁତ୍ ସେବା ଯୋଗାଣ ହେବ । ୩ ଦିନ ମଧ୍ୟରେ ଫସଲର କ୍ଷୟକ୍ଷତି ଆକଳନ କରାଯିବ । ବାତ୍ୟା ପ୍ରଭାବରେ କେତେଘର କ୍ଷତିଗ୍ରସ୍ତ ହୋଇଛି ସପ୍ତାହେ ଭିତରେ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନିକ ସ୍ତରରେ କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଅମ୍ଫାନ୍ ପ୍ରବାଭିତ ଅଞ୍ଚଳ ଯିବେ ବୋଲି ସୂଚନା ମିଳିଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

Leave a Reply