ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

1 min read

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ଅମ୍ଫାନ । ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି । ପ୍ରାୟ ୪ ଘଣ୍ଟା ଧରି ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱରରେ ସର୍ବାଧିକ ଘଣ୍ଟା ପ୍ରତି ୯୧ କି.ମି ବେଗରେ ପବନ ବହୁଛି । ଲ୍ୟାଣ୍ଡଫଲ୍‌ ସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ରହିଛି ।  ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସୁନ୍ଦରବନରେ ହିଁ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ଅମ୍ପାନ ।

NDRFର ପ୍ରସ୍ତୁତି ନେଇ ଡିଜି ଏସ୍ଏନ୍ ପ୍ରଧାନଙ୍କ ସୂଚନା

ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବାତ୍ୟା ପରେ ହିଁ ଏନ୍‌ଡିଆରଏଫ୍‌ର କାମ ଆରମ୍ଭ ହୋଇଥାଏ । ଲୋକଙ୍କୁ ଉଦ୍ଧାର ରାସ୍ତାଘାଟ ସଫା କରିବା ଏନ୍‌ଡିଆରଏଫ୍‌ର କାମ । ଓଡ଼ିଶାରେ ଥିବା ୨୦ ଟିମ୍‌ ଏବଂ ଅନ୍ୟ ରିଜର୍ଭ ଟିମ୍ ଗ୍ରାଉଣ୍ଡରେ କାମ କରୁଛନ୍ତି । ବାଲେଶ୍ୱର, ଜଗତସିଂହପୁର ଓ ପୁରୀରେ ଏନ୍‌ଡିଆରଏଫ୍‌ ଟିମ୍‌ କାମ ଆରମ୍ଭ ହୋଇସାରିଛି । ସମସ୍ତ ଟିମ୍‌ ପାଖରେ ସାଟେଲାଇଟ୍ ଫୋନ୍‌ ରହିଛି । କୌଣସି ପ୍ରକାର ଯୋଗାଯୋଗର ସମସ୍ୟାର ସମ୍ମୁଖୀନ ହେବନାହିଁ । ପଶ୍ଚିମବଙ୍ଗରେ ମଧ୍ୟରେ ଆମ ଟିମ୍ କାମ କରୁଛି । ମୋଟ ୧୯ଟି ଟିମ୍‌ କାମ କରୁଛି ଏବଂ ୨ ଟିମ୍‌ ଷ୍ଟାଣ୍ଡବାଇରେ ରହିଛି । ଫୋନି ବେଳର ଅନୁଭୂତି ଅନୁଯାୟୀ ଆମେ ଅଧିକ ସଂଖ୍ୟକ ଟ୍ରି କଟର ରଖିଛୁ । ଏବଂ ଏହା କାମରେ ଆସିଛି । ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଅନୁଯାୟୀ ୫ଲକ୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଓଡ଼ିଶାରେ ୧ଲକ୍ଷ ୫୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Leave a Reply